ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପକ୍ଷାଘାତ ରୋଗୀଙ୍କୁ କୁନି ବୈଜ୍ଞାନିକଙ୍କ ବରଦାନ: ବ୍ରେନ୍‌‌ କଣ୍ଟ୍ରୋଲ ପାଇଁ ଗଢ଼ିଲେ ଡିଭାଇସ୍‌

କାମାକ୍ଷାନଗର: ବୟସ ସିନା କମ୍‌‌ କିନ୍ତୁ ମୁଣ୍ଡରେ ତାଙ୍କର ଅନେକ ନୂଆ ଆଇଡ଼ିଆ। ପକ୍ଷାଘାତ ରୋଗୀଙ୍କ ବ୍ରେନ୍‌‌ କଣ୍ଟ୍ରୋଲ ପାଇଁ ନୂଆ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କରି ଚର୍ଚ୍ଚାରେ ବାଳକ ପ୍ରତୀକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଆଇଜିଆଇଟି ସ୍ଥିତ କଲେଜ କ୍ୟାମ୍ପସରେ ରହୁଛନ୍ତି କଂପ୍ୟୁଟର ସାଇନ୍ସର ପ୍ରଫେସର ଶ୍ରୀନିବାସ ସେଠି ଓ ତାଙ୍କ ସ୍ତ୍ରୀ ସସ୍ମିତା କୁମାରୀ ବେହେରା। ୧୧ ବର୍ଷର ପୁଅ ପ୍ରତୀକ୍‌‌ ସେଠୀ ତାଳଚେର ଥର୍ମାଲ ସ୍ଥିତ ଡିଏଭି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର। ଛୋଟ ବେଳରୁ ବାପାଙ୍କ ପ୍ରୋଜେକ୍ଟ ଗୁଡିକ ଦେଖିବା ସହିତ ଶିଖିବାର ଯେଉଁ ନିଶା ତାଙ୍କୁ ଆଜି ଜଣେ କୁନି ବୈଜ୍ଞାନିକରେ ପରିଣତ କରିଛି।

ପକ୍ଷାଘାତ ରୋଗୀଙ୍କ ପାଇଁ ପ୍ରତୀକଙ୍କ ଏହି ଡିଭାଇସ ବେଶ ସହାୟକ ହେବ। ପ୍ରତୀକଙ୍କ ନିଓ ଡିଭାଇସରେ ରହିଛି ଅତ୍ୟାଧୁନିକ ସେନ୍ସର ସିଷ୍ଟମ। ଯାହାକୁ ହ୍ୱିଲ ଚେୟାରରେ ବ୍ୟବହୃତ କରିହେବ। ଏହା ସାହାଯ୍ୟରେ ରୋଗୀର ବ୍ରେନକୁ କଣ୍ଟ୍ରୋଲ କରିପାରିବ। ଯାହା ସାହାଯ୍ୟରେ ରୋଗୀଟି ନିଜ ମନ ଚାହୁଁଥିବା କାର୍ଯ୍ୟକୁ କରିପାରିବ। ସେ ରୋଗୀଟି କେତେ ଚିନ୍ତାରେ ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିବ। ଏହି ଡିଭାଇସ ନିର୍ମାଣ ପାଇଁ ତାଙ୍କୁ ୨ରୁ ୩ ମାସ ସମୟ ଲାଗିଛି। ଏଥିପାଇଁ ପ୍ରାୟ ୨୫ ହଜାର ଟଙ୍କା ବ୍ୟୟ ହୋଇଥିବା ପ୍ରତୀକ ସୂଚନା ଦେଇଛନ୍ତି। ଆଗାମୀ ସମୟରେ ଏହି ପ୍ରୋଜେକ୍ଟକୁ ସେ ଯାନବାହନ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଆଶା ରଖିଛନ୍ତି।

ସେହିପରି ଅନ୍ୟ ଏକ ପକେଟ ସିପିୟୁ ଉଦ୍ଭାବନ କରିଛନ୍ତି ଯାହା ସାହାଯ୍ୟରେ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ବେଶ ସୁଗମ ଓ ସହଜ ହୋଇପାରିବ। ଦିଆସିଲ ଖୋଳ ପରି ଏକ ମିନି ସିପିୟୁ ସିଷ୍ଟମକୁ ଟିଭି ଓ ମନିଟର ସାହାଯ୍ୟରେ ସଂଯୋଗ କରି ପାରିବେ। ଏହା ଦ୍ୱାରା ଟିଭିକୁ କଂପ୍ୟୁଟର ଭଳି ବ୍ୟବହାର ମଧ୍ୟ କରିପାରିବେ। ଏନେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପ୍ରତୀକଙ୍କ ଉଦ୍‌ଭାବନକୁ ପ୍ରଶଂସା କରିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ। ୧୧ ବର୍ଷର ବାଳକଙ୍କର ଏହି ଉଦ୍ଭାବନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Leave A Reply

Your email address will not be published.