ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିରବଚ୍ଛିନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ରାଜ୍ୟରେ ବଢୁଛି ଗରମ। ଅସହ୍ୟ ଗ୍ରୀଷ୍ମପ୍ରଭାବ ଯୋଗୁଁ ଲୋକମାନେ ଆଉଟୁପାଉଟୁ ହେଉଥିବା ବେଳେ ରାଜ୍ୟରେ କିଛି ସ୍ଥାନରେ ବିଦ୍ୟୁତ କାଟ୍‌ ସମସ୍ୟାକୁ ଆହୁରି ଅସହ୍ୟ କରିପକାଉଛି। ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଜି ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ବିଦ୍ୟୁତ ଯୋଗାଣକୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରବିଛିନ୍ନ ବିଦ୍ୟୁତ ଯୋଗାଣ କରାଯାଉ । ଖରା ବଢୁଥିବାବେଳେ ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବିଛିନ୍ନ ବିଦ୍ୟୁତ ଯୋଗାଣ ହେଉ ।


ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ ସମୟରେ ୧୦ ପ୍ରତିଶତ ଅଧିକ ଚାହିଦା ରହୁଛି । ରାଜ୍ୟରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଯେଉଁ ସମସ୍ୟା ରହିଛି ତାହା ସାମୟିକ ସମସ୍ୟା । ତେଣୁ ଦିନବେଳେ ବିଦ୍ୟୁତ ଯୋଗାଣରେ ଯେଭଳି କୌଣସି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଭିସିରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରୁଥିବା ବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ। ଗ୍ରୀଡକୋ, ଓପିଟିସିଏଲ୍, ଓଏଚପିସି, ଓପିଜିସି, ବିଦ୍ୟୁତ ଉତ୍ପାଦନ କମ୍ପାନୀ ସମେତ ଡିସକମ ମାନେ ସାମିଲ ହୋଇଥିଲେ ।


ସୂଚନାଯୋଗ୍ୟ ଖରାଦିନ କାରଣରୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଥିବାବେଳେ ଜଳ ଅଭାବରୁ ୩୦୦ ମେଗାୱାଟ କମ୍ ବିଦ୍ୟୁତ ଉତ୍ପାଦନ ହେଉଛି। ସେଥିପାଇଁ ରାଜ୍ୟର କେତେକ ଅଞ୍ଚଳରେ ଦିନକୁ ଅସ୍ଥାୟୀ ଭା‌ବେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ଆରମ୍ଭ ହେଉଛି ବୋଲି ଟିପିସିଓଡିଏଲ୍‌ ପକ୍ଷରୁ କୁହାଯାଇଥିଲା। ଆଉ ଏହାକୁ ନେଇ ଆଜି ରାଜ୍ୟ ସରକାର ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.