ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଇଡଲାଇନ ପାଳନ କରନ୍ତୁ, ଅବମାନନା କଲେ ସଂକ୍ରମଣ ବଢ଼ିବ, ଏଥିପାଇଁ ସମସ୍ତେ ଭୋଗିବା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ରାଜ୍ୟର ବୃଦ୍ଧି ପାଉଛି କରୋନା ସଂକ୍ରମଣ। କରୋନା ମାମଲା ବଢିବା ସହ ଓମିକ୍ରନ ମାମଲା ମଧ୍ୟ ବଢୁଛି। ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ରାଜ୍ୟବାସୀ ଚିନ୍ତାରେ ରହିଥିବା ବେଳେ ରାଜ୍ୟରେ କୋଭିଡ-୧୯ ସ୍ଥିତି ନେଇ ମୁଖ୍ୟ ଶାସନ ସଚିିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ରାଜ୍ୟରେ ବଢୁଥିବା କୋଭିଡ ମାମଲାକୁ ନେଇ ରାଜ୍ୟବାସୀଙ୍କୁ ବିଶେଷ ସତର୍କ ରହିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟ ସରକାର କୋଭିଡ ହସ୍ପିଟାଲରେ ପର୍ଯ୍ୟାନ୍ତ ପରିମାଣର ବେଡ୍ ମହଜୁଦ ରଖିଛନ୍ତି । ଏବେ ୧୦ ପ୍ରତିଶତ ବେଡରେ କୋଭିଡ ରୋଗୀ ରହିଥିବାବେଳେ ବାକି ୯୦ ପ୍ରତିଶତ ବେଡ ଖାଲି ରହିଥିବା କହିଛନ୍ତି ସୁରେଶ ମହାପାତ୍ର ।

ବର୍ତ୍ତମାନ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ରୁ ୧୧ ହଜାର ସଂକ୍ରମଣ ସଂଖ୍ୟା ରହୁଛି । ତେଣୁ ଏପରି ସ୍ଥିତିରେ ସମସ୍ତେ କୋଭିଡ ନିର୍ଦ୍ଦେଶନାମା ପାଳନ କରିବାକୁ ଅନୁରୋଧ କରିଛନ୍ତି । ତୃତୀୟ ପ୍ରବାହକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେଉଁମାନେ ଟିକାକରଣ ପକ୍ରିୟାରୁ ବଞ୍ଚିତ ଅଛନ୍ତି ଅଥବା ଦ୍ୱିତୀୟ ଡୋଜ ନେଇନଥିଲେ ଖୁବ ଜଲଦି ନେବା ଦରକାର । ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଓଡିଶାରେ ସଂକ୍ରମଣ ସଂଖ୍ୟା ବଢିଥିବାବେଳେ ରାଜ୍ୟ ସରକାର ମଧ୍ୟ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ଜନସାଧାରଣଙ୍କ ଜୀବିକାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କରାଯାଇ ନାହିଁ। ଜନସାଧାରଣଙ୍କକ ସହଯୋଗରେ ଆମେ କରୋନାକୁ ସଫଳ ମୁକାବିଲା କରୁଛେ। ୩ୟ ଲହର ଆରମ୍ଭ ହେବା ଦିନ ଠାରୁ ୭ ଦିନ ମଧ୍ୟରେ ସମସ୍ତ କୋଭିଡ ହସ୍‌ପିଟାଲକୁ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ୭ ଦିନ ମଧ୍ୟରେ ୧୦ରୁ ୧୧ ହଜାର‌ ଦୈନିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ପ୍ରାୟ ୨ ପ୍ରତିଶତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଉଛି।ପ୍ରଥମ ଓ ୨ୟ ଲହରରେ ୧୨ ପ୍ରତିଶତ କରୋନା ପଜିଟିଭ ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। ୨ୟ ଲହର ସମୟରେ ରାଜ୍ୟରେ ଅକ୍ସିଜେନ ଓ ଆଇସୋଲେସନର ବହୁତ ଆବଶ୍ୟକତା ପଡୁଥିଲା। ଏବେ କିନ୍ତୁ ପରିସ୍ଥିତି ଓଲଟା। ଏବେ ରାଜ୍ୟରେ ଅକ୍ସିଜେନ ଓ ଆଇସୋଲେସନର ଆବଶ୍ୟକତା କମ ପଡୁଛି। ଲୋକେ କରୋନାକୁ ଭୟ କରନ୍ତୁ ନାହିଁ।

ସେପଟେ ଯେହେତୁ ପଞ୍ଚାୟତ ନିର୍ବାଚନ ଆଗାମୀ ମାସରେ ଅନୁଷ୍ଠିତ ହେବାକୁ ଯାଉଛି, ଆହୁରି ସଚେତନ ହେବା ଜରୁରୀ । ନିର୍ବାଚନକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ଜାରି କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ରାଜ୍ୟବାସୀ ନିର୍ଦ୍ଦେଶନାମା ଅନୁପାଳନ ନେଇ ଅନୁରୋଧ କରିଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଆମେ ଯଦି ମାନିବା, ତେବେ ଆମେ ଏହି ସ୍ଥିତିକୁ ଖୁବ ଜଲଦି ହଠାଇ ପାରିବା । ଅଯଥା ଗହଳି ନକରିବା ଏବଂ ମାସ୍କ ପରିଧାନ କରିବା ଆମ ପାଇଁ ଏକାନ୍ତ ଆବଶ୍ୟକ । ସମସ୍ତଙ୍କର ସହଯୋଗ ରହିଲେ କୋଭଡର ତୃତୀୟ ଲହରକୁ ମଧ୍ୟ ରାଜ୍ୟ ସରକାର ମୁକାବିଲା କରିବାରେ ସଫଳ ହେବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.