ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା, ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଶ୍ରୀମନ୍ଦିର ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଡିଜିପି। ସୋମବାର ଉଭୟ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୁରୀରେ ପହଞ୍ଚି ସେବାୟତ, ଜିଲ୍ଲାପାଳ ଓ ଏସପିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଦୁହେଁ ରୋଷଘର ଘଟଣାକୁ ନେଇ ଆଲୋଚନା କରିଥିବା ଜଣାପଡିଛି ।

ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୁଲିସ ଡିଜି ସୁନୀଲ ବଂଶଲ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । ରୋଷଘର ପରିଦର୍ଶନ କରିବା ସହ ସେବାୟତଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏବଂ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘଟଣାର ନେଇ ମାମଲା ରୁଜୁ ହୋଇସାରିଛି ଏବଂ ପୁଲିସ ତଦନ୍ତ କରୁଛି । ବର୍ତ୍ତମାନ ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ଥିବା ଦେଖିବାକୁ ମିଳିଛି । ଏହା ସହ ମନ୍ଦିର ପରିସରରେ ଜେଟିପି ସହ ସରକାରୀ ପୁଲିସଙ୍କୁ ମଧ୍ୟ ନିୟୋଜିତ କରାଯିବ । ଯେଉଁ ସ୍ଥାନମାନଙ୍କରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲଗାଯିବ । ତେବେ ସୁଅର-ମହାସୁଅର ସେବାୟତଙ୍କ ମଧ୍ୟରେ ସେଭଳି କିଛି ମନମାଳିନ୍ୟ ନାହିଁ, ଯାହାର ପରିଣାମ ସ୍ୱରୂପ ଏଭଳି ଘଟଣା ଘଟିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ପୁଲିସ ଡିଜି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଯିବ । ସିସିଟିଭି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଯେଉଁ ସ୍ଥାନମାନଙ୍କରେ ସିସିଟିଭିର ଆବଶ୍ୟକତା ରହିଛି ସେଠାରେ ସିସିଟିଭି ଲଗାଯିବ । ଏବଂ ହାଇ ରିଜୋଲ୍ୟୁସନ୍‌ର ସିସିଟିଭି କ୍ୟାମେରା ଲଗାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.