ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଧାମରା ବନ୍ଦର, ଆଖଣ୍ଡଳମଣି ମନ୍ଦିର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଓ ‘୫-ଟି’ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ସଚିବ ଭି.କେ ପାଣ୍ଡିଆନ୍‍ ଆଜି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ। ଦିନ ୨ଟା ୩୦ ମିନିଟ୍‍ ରେ ଭୁବନେଶ୍ୱର ସ୍ଥିତ ବିମାନବନ୍ଦରରୁ ବାହାରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‍ ଧାମରା ବିମାନ ବନ୍ଦର ଯିବେ। ସେଠାରେ ଅପରାହ୍ନ ୩ଟା୧୦ ମିନିଟ୍‍ ରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ଏହା ପରେ ରାଜ୍ୟ ପ୍ରଶାସନର ୨ ଶୀର୍ଷ ଅଧିକାରୀ ସ୍ଥାନୀୟ ତୀର୍ଥକ୍ଷେତ୍ର ଆଖଣ୍ଡଳମଣି ମନ୍ଦିର ଗସ୍ତ କରି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ପ୍ରଥମ ପର୍ଯ୍ୟାୟରେ ଆଖଣ୍ଡଳମଣି ମନ୍ଦିର ଓ ପୀଠ ପାଇଁ ଦିଆଯାଇଥିବା ୨୧ କୋଟି ଟଙ୍କାର କାର୍ଯ୍ୟ କେତେବାଟ ଆଗେଇଛି। ସେନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ମନ୍ଦିର ପାଇଁ ୬ କୋଟି, ସାଇନ୍ସ ସିଟି ପାଇଁ ୬ କୋଟି ୬୦ ଲକ୍ଷ, ପାନ୍ଥ ନିବାସ ପାଇଁ ୩ କୋଟି ୫୦ ଲକ୍ଷ, ଦୋକାନ ଗୃହ ପାଇଁ ୪ କୋଟି ଟଙ୍କା, ଶିବଗଙ୍ଗା ପୁଷ୍କରଣୀର ପୁନରୁଦ୍ଧାର ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିଲା। ଏସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିବା ସହ ସେବାୟତଙ୍କ ସହ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ। ପୀଠର ବିକାଶ ଓ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କୁ ଥଇଥାନ ପାଇଁ ସହାୟତା ଦେବାର ଯୋଜନା ରହିଛି।

Leave A Reply

Your email address will not be published.