ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ୨୦୨୪ ମସିହା ସୁଦ୍ଧା ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ

ଗଜପତି: ଗଜପତି ଜିଲ୍ଲା ଗସ୍ତରେ ଯାଇ ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ନିର୍ମାଣସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହିତ କରିଛନ୍ତି ଆଲୋଚନା । ଏହା ସହ ଜଳସେଚନ ବିଭାଗ ଅତିରିକ୍ତ ସଚିବ ଅନୁ ଗର୍ଗ ମଧ୍ୟ ପ୍ରକଳ୍ପ ସ୍ଥାନରେ ସମୀକ୍ଷା କରିଛନ୍ତି । ୨୦୦୫-୦୬ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପ ଶେଷ ହେଲେ ଗଜପତି ସମେତ ଗଞ୍ଜାମ ଜିଲ୍ଲାର ୬ ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ।

ଏହି ପ୍ରକଳ୍ପ ହେଲେ ଗଜପତି ଜିଲ୍ଲାର ୫୦୦ ଓ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଜମି ଜଳସେଚିତ ହେବ । ଏହାଛଡ଼ା ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହେବ । ପ୍ରକଳ୍ପରୁ ୩୬ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ । ଜଳ ନିଷ୍କାସନ ପାଇଁ ପାହାଡ଼ ମଝିରେ ଏକ ସୁଡ଼ଙ୍ଗ ନିର୍ମାଣ ହେଉଛି । ଯାହାର ଲମ୍ବ ରହିଛି ୧୨୮୦ ମିଟର । ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ୬୬ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ଏବେ ତାହା ୭୦୮ କୋଟିରେ ପହଞ୍ଚିଛି । ପ୍ରକଳ୍ପ ପାଇଁ ବିସ୍ଥାପନ କାର୍ଯ୍ୟ ମଧ୍ୟ ଜାରି ରହିଛି । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିୟମ ଅନୁସାରେ ଆର୍ଥିକ ସହାୟତା ଦିଆଯାଉଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଥଇଥାନ ପାଇଁ ଜମି ଚିହ୍ନଟ ସହ ବାସଗୃହ ନିର୍ମାଣ ସରିଛି । କିଛି ପରିବାରଙ୍କ ଥଇଥାନ ପ୍ରକ୍ରିୟା ମଧ୍ୟ ସରିଛି । ୨୦୨୪ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଗଜପତି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଘଟକେଶ୍ବର ଜଳସେଚନ ପ୍ରକଳ୍ପ ସ୍ଥଳୀକୁ ଯାଇ ନିର୍ମାଣର ଅଗ୍ରଗତୀ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବୃହତ ଘଟେକେଶ୍ବର ଜଳସେଚନ ପ୍ରକଳ୍ପ କାମର ଅନୁଧ୍ୟାନ କରିଛନ୍ତି । ସେହିପରି ସ୍ଥାନୀୟ ଏକ ବିଦ୍ୟାଳୟକୁ ଗସ୍ତ କରି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ।

Leave A Reply

Your email address will not be published.