ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଉରକେଲାରେ ଶାସନ ସଚିବ ଓ ଫାଇଭ୍‌-ଟି ସଚିବ, ସର୍ବବୃହତ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟର କଲେ ତଦାରଖ

ରାଉରକେଲା : ରାଉରକେଲାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍‌। ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶାସନ ସଚିବ ଓ ଫାଇଭ୍‌-ଟି ସଚିବଙ୍କ ସହ  ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣନ ଓ ଇଡ଼କୋ ସଚିବ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ମଧ୍ୟ ଯାଇଥିଲେ। ମୁଖ୍ୟ ଶାସନ ସଚିବ ଚାଲିଥିବା କାମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଅଭ୍ୟାସ ପଡ଼ିଆ କାମର ସ୍ଥିତି ପରଖିଥିଲେ।

ଏହାପରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଅନ୍ୟମାନେ ଛେଣ୍ଡସ୍ଥିତ ଶୀତଳ ଭଣ୍ଡାର, ଛେଣ୍ଡ ହାଟ ବି ବୁଲି ଦେଖିଥିଲେ। ଶେଷରେ ପାନପୋଷ ବାଇପାସ ରୋଡରେ ନିର୍ମାଣାଧୀନ ପ୍ରଶାସନିକ କୋଠା ଓ ଉଦିତନଗରରେ ମୋ ସ୍କୁଲ ଅଭିଯାନରେ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଛନ୍ତି।

ରାଉରକେଲାରେ ୧୧୪ କୋଟି ଟଙ୍କା ବ୍ୟୟରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ନିର୍ମାଣ ହେଉଛି । ୨୦୨୩ରେ ଏହି ଷ୍ଟାଡିୟମରେ ପୁରୁଷ ହକି ମ୍ୟାଚ ଅନୁଷ୍ଠିତ ହେବ। ଷ୍ଟାଡିୟମରେ ପହଞ୍ଚିବା ଲାଗି ଚାରି ଲେନ ରାସ୍ତା ଓ ପାର୍କିଙ୍ଗ ନିର୍ମାଣ କରାଯିବ। ଏହି କାର୍ଯ୍ୟରେ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବିପିୟୁଟି ପରିସରରେ ୨୦୦ ବେଡର ଏକ ଭବନ ନିର୍ମାଣ କରାଯିବାର ଯୋଜନା ରହିଛି। ଷ୍ଟାଡିୟମ ପ୍ରାୟ ୧୬ ଏକର ଜମିରେ ନିର୍ମାଣ ହେଉଛି।

ଏଥିପାଇଁ ଶୁକ୍ରବାର ସକାଳ ୧୦ ଟା ୧୫ରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିଥିଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍‌,ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣନ ଓ ଇଡ଼କୋ ସଚିବ ଭୂପେନ୍ଦ୍ର ସିଂ ପୁନିଆ  । ସକାଳ ୧୦ ଟା ୨୫ ସମୟରେ ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟ ସ୍ତରର ଦେଶର ସର୍ଵ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.