ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାନୁପୁର ବୃହତ ଜଳସେଚନ ପ୍ରକଳ୍ପର ସମୀକ୍ଷାସହ ଛାତ୍ରଛାତ୍ରୀଙ୍କ ଗହଣରେ ବସି ମାଧ୍ଯାହ୍ନ ଭୋଜନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍

ଯୋଡ଼ା/କେନ୍ଦୁଝର: ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ। ତାଙ୍କ ସହିତ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଗସ୍ତରେ ଆସିଛନ୍ତି। ହେଲିକପ୍ଟର ଯୋଗେ ଆସି ପ୍ରଥମେ ଚମ୍ପୁଆ ବ୍ଲକର ଚିମିଳା ନିକଟସ୍ଥ ହେଲିପ୍ୟାଡରେ ପହଞ୍ଚିବା ପରେ ବାସୁଦେବପୁର ନିକଟରେ ନିର୍ମାଣଧିନ କାନପୁରର ବୃହତ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ପ୍ରକଳ୍ପର କାମକୁ ନେଇ ସମୀକ୍ଷା କରାଯାଇଛି। ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ପ୍ରକଳ୍ପ ଭିତରେ ପହଞ୍ଚି କାମର ତଦାରଖ କରିବା ସହିତ ପ୍ରକଳ୍ପର ଉନ୍ନୟନ ମୂଳକ କାର୍ଯ୍ଯକୁ ତଦାରଖ କରିଛନ୍ତି। ଅନେକ ଦିନ ଧରି ଏହି ପ୍ରକଳ୍ପ ବନ୍ଦ ହୋଇ ପଡ଼ିଥିବା ବେଳେ ଏହାର କାର୍ଯ୍ଯ କିଭଳି ତ୍ୱରାନ୍ୱିତ ହେଇ ପାରିବ ଏହାର ସମୀକ୍ଷା କରାଯାଇଛି।

ପରେପରେ ୫ଟି ବିଦ୍ୟାଳୟ ରୂପାନ୍ତରିତ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟରେ ହୋଇଥିବା ଉନ୍ନୟନ କାମକୁ ଦେଖି ସଚିବ ସନ୍ତୋଷ ପ୍ରକଟ କରିଥିଲେ। ପରେ ପିଲାମାନଙ୍କ ସହିତ ଆଲୋଚନା କରିବାସହ ଛାତ୍ରଛାତ୍ରୀଙ୍କ ଗହଣରେ ବସି ମାଧ୍ଯାହ୍ନ ଭୋଜନ କରିଥିଲେ।

ପରେ ମୁଖ୍ୟ ଶାସନ ସଚିବ ଗଣ ମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ କାନୁପୁର ବୃହତ ଜଳ ସେଚନ ପ୍ରକଳ୍ପ କାମ ଡିସେମ୍ବର ୨୦୨୩ ଶୁଦ୍ଧା ସମାପ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଖୁବ ଶୀଘ୍ର ବନ୍ଦ ଥିବା କାମ ଆରମ୍ଭ ହେବ।

ସୂଚନା ଯୋଗ୍ୟ ଯେ, କାନୁପୁର ବୃହତ ଜଳସେଚନ ପ୍ରକଳ୍ପ ୨୪୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ହେଉଥିବା ବେକେ ଖରିପ ଋତୁରେ ୨୪୪ ଗାଁର ୩୦ ହଜାର ହେକ୍ଟର, ରବି ଋତୁରେ ୧୫ ହଜାର ହେକ୍ଟର, ଦୁଇଟି ମେଗା ଉଠା ଜଳସେଚନ ପ୍ରକଳ୍ପ ରୁ ୧୦ ହେକ୍ଟର୍ ଜମିକୁ ଜଳ ସେଚନ ସୁବିଧା ମିଳି ପାରିବ। ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାର ପ୍ରତି ଘରକୁ ଘର ପାନୀୟ ଜଳ ଯୋଗାଣ ଆସନ୍ତା ୨୦୨୩ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ସଚିବ ମାନଙ୍କର ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର,ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଙ୍କ ସମେତ ଅନ୍ୟ ପ୍ରଶାନିକ ଅଧିକାରୀ ମାନେ କାର୍ଯ୍ଯକ୍ରମ ରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.