ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା : ଆସନ୍ତୁ ବିକାଶର ଧାରାକୁ ବଜାୟ ରଖିବା, ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଏକ ହୋଇ ଆଗକୁ ବଢ଼ିବା

ଭୁବନେଶ୍ବର : ଆଜି ଦେଶ ପାଳୁଛି ୭୬ ତମ ସ୍ୱାଧିନତା ଦିବସ। ଗାଁଠୁ ସହର ସବୁଠି ତ୍ରିରଙ୍ଗାମୟ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୭୬ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବ ଆଉ ଗୌରବର ମୁହୂର୍ତ୍ତ ।

ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ଏବେ ବିକାଶର ବିଭିନ୍ନ କ୍ଷେତ୍ରରେ ଆଦର୍ଶ ସାଜିଚି । ଆସନ୍ତୁ ବିକାଶ ଧାରାକୁ ବଜାୟ ରଖିବା, ଶ୍ରେଷ୍ଠ ଓଡ଼ିଶା ଦିଗରେ ଏକ ହୋଇ ଆଗକୁ ବଢ଼ିବା । ସୂଚନା ଥାଉକି କିଛି ସମୟ ମଧ୍ୟରେ ନବୀନ ପଟ୍ଟନାୟକ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରିବେ । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.