କରୋନାକୁ ମାତ୍ ଦେଲେ ଉତ୍ତର ପ୍ରଦେଶ ସିଏମ୍ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ମୌ : କରୋନାକୁ ମାତ୍ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅର୍ଥାତ୍ ୧୫ ଦିନ ପରେ ସେ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି। ଖୋଦ୍ ଯୋଗୀ ଟ୍ବିଟ୍ କରି ଆଜି ଏ ସୂଚନା ପ୍ରଦାନ କରିଛନ୍ତି। ସେ ଟ୍ବିଟ୍ କରି ଜଣାଇଛନ୍ତି ‘‘ସମସ୍ତଙ୍କୁ ଶୁଭେଚ୍ଛା। ଡାକ୍ତରଙ୍କ ଦେଖାଶୁଣା ଯୋଗୁ ମୁଁ କରୋନାରୁ ସୁସ୍ଥ ହୋଇଛି। ସମସ୍ତଙ୍କ ସହଯୋଗ ଓ ଶୁଭେଚ୍ଛା ଲାଗି ଧନ୍ୟବାଦ।’’

ଏପ୍ରିଲ୍ ୧୪ରେ କରୋନାରେ ସଂକ୍ରମିତ ହେଇଥିବା ନେଇ ସେ ଟ୍ବିଟ୍ କରି ସମସ୍ତଙ୍କୁ ଜଣାଇଥିଲେ। ଉଲ୍ଲେଖନୀୟ ଯୋଗୀଙ୍କ ପୂର୍ବରୁ ତାଙ୍କ କାର୍ଯ୍ୟାଳୟର ଅନେକ ଅଧିକାରୀ କରୋନାରେ ସଂକ୍ରମିତ ଥିଲେ। ତା’ପରେ ଯୋଗୀ ନିଜର କରୋନା ଟେଷ୍ଟ କରାଇଥିଲେ। ଯେଉଥିଲେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଲା।

Leave a comment
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications