ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସ୍‌ସିବିରେ ପୂର୍ବ ଭାରତର ସବୁଠାରୁ ବଡ ସରକାରୀ ଇକମୋ ୟୁନିଟ୍ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ : ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେବ ଏକ ନୂଆ ଅଧ୍ୟାୟ । ଆଜିଠାରୁ କଟକ ବଡ ମେଡିକାଲରେ ଆରମ୍ଭ ହେବ ବ୍ୟୟବହୁଳ ଇକମୋ ଚିକିତ୍ସା । ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିବେ । ଦିନ ୧୨ଟା ୫ରେ ମୁଖ୍ୟମନ୍ତ୍ରୀ ଇକମୋ ୟୁନିଟର ଲୋକାର୍ପଣ କରିବେ । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ ହେବ । କଟକ ବଡ ମେଡିକାଲରେ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଗୁରୁତର ରୋଗୀଙ୍କୁ ମିଳିବ।

କଟକ ବଡ଼ ଡାକ୍ତରଖାନାରେ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ । ପୂର୍ବରୁ ଇକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ ଏବେ କଟକରେ ବିନାମୂଲ୍ୟରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ । ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନଜରରେ ରଖି ଏସସିବି ପରିସର ଓ ହେଲିପ୍ୟାଡ୍ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ସରିଛି ।

 

Leave A Reply

Your email address will not be published.