ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ୨୭ରେ ଏସସିବିରେ କାର୍ଯ୍ୟକ୍ଷମ ହେବ ଇକମୋ ୟୁନିଟ୍‌, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ : ଆସନ୍ତା ୨୭ ତାରିଖରୁ କଟକ ବଡମେଡିକାଲ(ଏସସିବି)ରେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର ଇକମୋ ୟୁନିଟ୍‌। ଏସସିବିରେ ଏହି ବ୍ୟୟବହୁଳ ଚିକିତ୍ସା ସେବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ବଡମେଡିକାଲରେ ୯ଟି ଇକମୋ ମେସିନ ପ୍ରସ୍ତୁତ ହୋଇ ରହିଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ଅପରପକ୍ଷେ ଇକମୋ ୟୁନିଟ ଶୁଭାରମ୍ଭ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ଏହି ଚିକିତ୍ସା ମାଗଣାରେ ଦିଆଯିବ। ଇକମୋ ମେସିନ ଏସସିବିରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ସହ ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ କରୋନାର ଦ୍ୱିତୀୟ ଲହର ପ୍ରକୋପରେ ରାଜ୍ୟରେ କିଛି ଆକ୍ରାନ୍ତଙ୍‌କର  ଇକମୋ ଚିକିତ୍ସାର ଆବଶ୍ୟକ ପଡିଥିଲା। ରାଜ୍ୟରେ ଏହି ବ୍ୟୟବହୁଳ ଚିକିତ୍ସା ସେବା ମିଳୁନଥିବା କାରଣରୁ ରାଜ୍ୟବାହାରଙ୍କୁ ରୋଗୀମାନଙ୍କୁ ଯିବାକୁ ପଡୁଥିଲା।  ଓଡିଶାରେ ଇକମୋ ଚିକିତ୍ସା ସମ୍ଭବପର ହେଉନଥିବାରୁ ଅନେକ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଉଥିଲା । ଗୁରୁତର ରୋଗୀ ଯେଉଁମାନଙ୍କ ଜୀବନ ସୁତାଖିଅରେ ଝୁଲୁଥିଲା, ସେମାନଙ୍କୁ ହାଇଦ୍ରାବାଦ , କୋଲକାତା ଭଳି ସହରକୁ ଏୟାରଲିଫ୍ଟ କରାଯାଉଥିଲା । କିନ୍ତୁ ଏବେ ସେ ସଂକଟ ଦୂର ହେବ।

 

Leave A Reply

Your email address will not be published.