ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଲୋଗୋ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଏହାର ଉନ୍ମୋଚନ କରିଛନ୍ତି । ଭୁବନେଶ୍ବର ଓ ରାଉରକେଲୋରେ ବିଶ୍ବକପର ମ୍ୟାଚ୍ ଗୁଡିକ ଖେଳାଯିବ।

Men's Hockey World Cup 2023

୨୦୨୩ରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ୨୦୨୩ ଜାନୁଆରୀ ୧୩ରୁ ୨୯ଯାଏଁ ଖେଳାଯିବ ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ । ନିର୍ମାଣ ସରିଲେ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ହେବ ଭାରତର ବୃହତ ହକି ଷ୍ଟାଡିୟମ । ଓଡିଶାରେ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଆୟୋଜିତ ହେଉଛି । ପୂର୍ବରୁ ୨୦୧୮ ମସିହାରେ ଓଡିଶାରେ ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ସେଥିରେ ବେଲଜିୟମ ଚାମ୍ପିଅନ ହୋଇଥିଲା ।

Men's Hockey World Cup 2023

ସୂଚନା ଥାଉ କି, ରାଉରକେଲାରେ ଜୋରସୋରେ ନିର୍ମାଣ ଚାଲିଛି ସର୍ବବୃହତ ହକି ଷ୍ଟାଡିୟମ୍ । ନିକଟ ଅତୀତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ବିପିୟୁଟି ପରିସରରେ ନିର୍ମିତ ହେଉଛି ଏହି ସର୍ବବୃହତ ଷ୍ଟାଡିୟମ୍ । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.