ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୩ ଜିଲ୍ଲାରେ ୯୯୯ କୋଟି ୯୯ ଲକ୍ଷ ଟଙ୍କାର ୧୭ଟି ନୂଆ ଶିଳ୍ପଭିତିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

୨୩୮୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ବର : ରାଜ୍ୟକୁ ଦେଶର ନୂଆ ମ୍ୟାନୁଫାକଚରିଂ ହବ୍ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର। ଏବେ ଓଡ଼ିଶା ନିଯୁକ୍ତି ଓ ନିବେଶକଙ୍କ ପାଇଁ ଏକ ଉତମ ବିକଳ୍ପ ସାଜିଛି । ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ୧୩ ଟି ଜିଲ୍ଲାରେ ୧୭ଟି ନୂଆ ଶିଳ୍ପଭିତିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରାୟ ୯୯୯ କୋଟି ୯୯ ଲକ୍ଷ ଟଙ୍କାର ନିବେଶ ସହ ୨ହଜାର ୩୮୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ ।


ରାଜ୍ୟ ସରକାରଙ୍କ ଫାଇଭି ଟି ଯୋଜନାର ସଫଳ ରୂପାୟନରେ ଯୋଡ଼ି ହୋଯାଇଛି ଆଉ ଏକ ଫର୍ଦ୍ଦ । ବିଭିନ୍ନ ସ୍ଥାନରେ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବା ସହ ରୋଜଗାର ସୃଷ୍ଟି କରାଯାଉଛି । ‘ମେକ୍ ଇନ୍ ଓଡିଶା’ ଅନ୍ତର୍ଗତ ଏହି ସବୁ ପ୍ରକଳ୍ପ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ୨ ହଜାର ୩ ଶହରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ । ଏସବୁ ଶିଳ୍ପ ପ୍ରକଳ୍ପ ପାଇଁ ୯୯୯ .୯୯ କୋଟି ଟଙ୍କା ବିନିଯୋଗ କରାଯାଇଛି । ବରଗଡ଼, ବାଲେଶ୍ୱର, ଖୋର୍ଦ୍ଧା ଓ ଗଂଜାମର ବିଭିନ୍ନ ସ୍ଥାନରେ କିଛିି ପ୍ରକଳ୍ପ ଉଦଘାଟନ ହେବା କାର୍ଯ୍ୟକ୍ରମ ରହିଛି । ଏହା ସହ ଗଜପତି, କଟକ, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଂଜ ଓ ଯାଜପୁର ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବାର କାର୍ୟ୍ୟକ୍ରମ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ।

Leave A Reply

Your email address will not be published.