ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେଡିକାଲରେ ପହଞ୍ଚି ନବ ଦାସଙ୍କ ଶେଷ ଦର୍ଶନ କରିବା ସହ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଆଖି ବୁଜିଲେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଆଜି ମଧ୍ୟାହ୍ନରେ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଜଣେ ପୁଲିସ କର୍ମୀ ତାଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥଲେ। ସେଠାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଆପୋଲ ହସ୍ପିଟାଲକୁ ତାଙ୍କୁ ଏୟାର ଲିଫ୍ଟ କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ନବଦାସଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ ଗଭୀର ମର୍ମାହତ ହୋଇଛନ୍ତି। ନବଦାସ ମେଡିକାଲରେ ପହଞ୍ଚିବା ପୂର୍ବରୁ ମେଡିକାଲରେ ପହଞ୍ଚି ଚିକତ୍ସାବ୍ୟବସ୍ଥା ନେଇ ଆପୋଲୋ ହସ୍ପିଟାଲ ବରିଷ୍ଠ ଡାକ୍ତରଙ୍କ ସହ କଥା ହେବା ପରେ ନବ ଦାସ ମେଡିକାଲରେ ପହଞ୍ଚିବା ପରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗ ଖବର ଶୁଣି ସଙ୍ଗେ ସଙ୍ଗେ ପୁଣି ମେଡିକାଲରେ ପହଞ୍ଚିଛନ୍ତି। ହସ୍ପିଟାଲରେ ସ୍ବର୍ଗତ ନବ ଦାସଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.