ଜନନାୟକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିପରୀତ ରାଜନୈତିକ ବିଚାରଧାରା ଓ ନୀତି ଆଦର୍ଶର ବିରୋଧାଭାସ ଜଣେ ରାଷ୍ଟ୍ରନୀତିଜ୍ଞଙ୍କ ବ୍ୟକ୍ତିଗତ ଜୀବନଚର୍ଯ୍ୟାରେ ପ୍ରତିଫଳିତ ହୋଇ ନ ଥାଏ । ଗୁରୁବାର ନବୀନ ନିବାସକୁ ପ୍ରତିବାଦ ଜଣାଇବାକୁ ଆସିଥିବା ବିଜେପି ବିଧାୟକ ଦଳକୁ ଅତିଥି ଭାବେ ସ୍ବାଗତ ଓ ସତ୍କାର କରି ବ୍ୟକ୍ତିଗତ ସମ୍ପର୍କ ରାଜନୀତିର ଊର୍ଦ୍ଧ୍ବରେ ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ଗୁରୁବାର ଘଟିଥିବା ଘଟଣାକ୍ରମ ଓ ନବୀନଙ୍କ ଉଦାର ଆତିଥେୟତା ଏହାକୁ କେବଳ ପ୍ରମାଣିତ କରିନାହିଁ; ତାଙ୍କର ଆଭିମୁଖ୍ୟ ବିରୋଧୀ ବିଜେପିକୁ ଚକିତ କରିଛି।

naveen-7

ଗତ ୬ ଦିନ ଧରି ବିଧାନସଭାରେ ବିରୋଧୀ ବିଜେପି ବିଧାୟକ ଅଚଳାବସ୍ଥା ଜାରି ରଖିଥିବା ସତ୍ତ୍ବେ ସେମାନଙ୍କୁ ଭବ୍ୟ ସ୍ବାଗତ ଜଣାଇ ନବୀନ ଏକ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ରାଜ୍ୟ ରାଜନୀତିରେ ଏହି ବିରଳ ଘଟଣାକ୍ରମ ଗଣତନ୍ତ୍ରକୁ ଅଧିକ ରୁଦ୍ଧିମନ୍ତ ଓ ବଳିଷ୍ଠ କରିବାର ନିଦର୍ଶନ ପାଲଟିଛି। ବିରୋଧୀଙ୍କୁ ଆପଣାଇବାର କଳା ନବୀନଙ୍କ ଉଦାର ବ୍ୟକ୍ତିତ୍ବକୁ ଆହୁରି ପ୍ରତିଭାଦୀପ୍ତ କରିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଛାପ ନବୀନଙ୍କଠାରେ ସ୍ପଷ୍ଟ ବାରି ହୋଇପଡ଼ିଛି। ଆଜିର ଘଟଣାକ୍ରମ ଓ ଏହାର ନିଷ୍କର୍ଷ ନବୀନଙ୍କଠାରେ ଏକ ବାସ୍ତବ ଜନନାୟକର ପ୍ରତିଛବିକୁ ଅଧିକ ସ୍ପଷ୍ଟ କରିଛି।

naveen-3

ସୁବାସଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ସୃଷ୍ଟି ହୋଇଥିବା ସପ୍ତାହବ୍ୟାପୀ ରାଜନୈତିକ ଝଡ଼ ଗୁରୁବାର ନବୀନଙ୍କ ଉପସ୍ଥିତି ଓ ପ୍ରତ୍ୟକ୍ଷ ହସ୍ତକ୍ଷେପରେ ପ୍ରଶମିତ ହୋଇଛି। ମୁଖ୍ୟମନ୍ତ୍ରୀ ଗୃହର ନେତା ହୋଇ ମଧ୍ୟ କାହିଁକି ବିଧାନସଭାରେ ଉପସ୍ଥିତ ରହୁ ନାହାନ୍ତି ଓ ସେ ନୂଆପଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଗସ୍ତ କରୁଥିବାବେଳେ ବିଧାନସଭାକୁ ନ ଆସିବା ପରିତାପର ବିଷୟ ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ।

bjd

ଏପରିକି ‘ସେ କେଉଁଠି ଅଛନ୍ତି, ଆମେ ଖୋଜିବାକୁ ଯିବୁ’ ବୋଲି ବିଜେପି ବିଧାୟକ ଦଳର ପ୍ରତିନିଧିମାନେ କହିବୁଲୁଥିଲେ। ଏହି କ୍ରମରେ ଗୁରୁବାର ବିଧାନସଭାରୁ ବାହାରି ଲୋକସେବା ଭବନ ଓ ପରେ ନବୀନ ନିବାସକୁ ବିଜେପି ବିଧାୟକମାନେ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରାକୁ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଥିଲା। ରାଜନୈତିକ ମହଲରେ ନାନା ଆକଳନ ମଧ୍ୟ ଦାନା ବାନ୍ଧିଥିଲା। ବିଜେପି ବିଧାୟକମାନଙ୍କର ଏହି ଅଭିଯାନ ନିଶ୍ଚିତ ଭାବେ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ଥିଲା।

naveen-2

ଏପରିକି ସେମାନେ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସି ରହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ନିଜେ ସେମାନଙ୍କୁ ଆସି ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। ନବୀନ ନିବାସ ଆସିଥିବା ପ୍ରତ୍ୟେକ ବିଜେପି ବିଧାୟକଙ୍କୁ ‘ଅତିଥି ଦେବୋ ଭବଃ’ ନୀତିରେ ସ୍ବାଗତ ସତ୍କାର କରିଥିଲେ। ନବୀନଙ୍କ ଏତାଦୃଶ କାର୍ଯ୍ୟ ବିରୋଧୀଙ୍କୁ ମଧ୍ୟ ଚକିତ କରିଥିଲା। ସ୍ବଭାବ ସୁଲଭ ଢ଼ଙ୍ଗରେ ସ୍ବଳ୍ପ କଥା କହୁଥିବା ନବୀନ ଆଜି ବିରୋଧୀଙ୍କୁ ଆଲୋଚନାରେ ବିମୋହିତ କରିଥିଲେ। ନବୀନଙ୍କ ଆତିଥ୍ୟ ଓ ଉଦାରତା ବିରୋଧୀ ବିଜେପି ପ୍ରତିନିଧି ଦଳଙ୍କ ମନୋଭାବରେ ସୃଷ୍ଟି କରିଥିଲା ସକରାତ୍ମକ ପରିବର୍ତ୍ତନ। ଆଗାମୀ ଦିନରେ ଶୃଙ୍ଖଳାର ସହ ଗୃହକାର୍ଯ୍ୟ ଚାଲୁ ରଖିବା ନେଇ ସହମତି ସୃଷ୍ଟି ହୋଇଥିଲା।

naveen-4

Leave a comment