ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା କାଲି ଜୟପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହୀରକ ଜୟନ୍ତୀ ଅବସରରେ ଯୋଗଦେବେ

କୋରାପୁଟ : ଆସନ୍ତା କାଲି ଦକ୍ଷିଣ ଓଡିଶାର ସର୍ବପୁରାତନ ବିକ୍ରମ ଦେବ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲୀ । ହୀରକ ଜୟନ୍ତୀ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୯୪୭ ମସିହା ଜୁଲାଇ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିକ୍ରମ ଦେବ ମହାବିଦ୍ୟାଳୟ । ସେତେବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ଥିଲା ବିକ୍ରମ ହେବ କଲେଜ ।

ଏଠାରେ ବହୁ ଛାତ୍ରଛାତ୍ରୀ ପାଠ ପଢି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଡାଇମଣ୍ଡ ଜୁବଲୀକୁ ଧୁମଧାମରେ ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି ଆଲୁମିନି ଆସୋସିଏସନ । ସମସ୍ତ ପୁରାତନ ଛାତ୍ର ସଂଘ ଓ କଲେଜ କତ୍ତୃପକ୍ଷ ମିଳିତଭାବେ ପ୍ରସ୍ତୁତି କରୁଛନ୍ତି । ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଉଥିବାରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି ।

Leave A Reply

Your email address will not be published.