ଲୋକସେବା ଭବନ ଉଦ୍ୟାନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧିମାର୍ଗ ସ୍ଥିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପାଳନର ସମାରୋହ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ନଯାଇ କିଛି ସମୟ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖିଛନ୍ତି।


ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପାଳନ ପରେ ଗାନ୍ଧିମାର୍ଗରୁ ମୁଖ୍ୟମନ୍ତ୍ରୀ ସିଧା ଯାଇ ଲୋକସେବା ଭବନ ପରିସରରେ ପହଞ୍ଚି ଥିଲେ। ଏହାପରେ ସେଠାରେ ଲୋକସେବା ଭବନରେ ଥିବା ଉଦ୍ୟାନ ମଧ୍ୟରେ କିଛି ସମୟ କଟାଇଥିଲେ। ମୁଖ୍ୟମନ୍ତ୍ରୀ ପାର୍କ ପରିଭ୍ରମଣ କରିବା ସହ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ। ବ୍ୟସ୍ତବହୁଳ ରାଜନୈତିକ ଜୀବନରେ ଆଜି କିଛି ସମୟ ପାଇଁ ଉଦ୍ୟାନ ଓ ବିଭିନ୍ନ ଫୁଲ ସବୁ ଦେଖି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଫୁଲ ଗଛଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ପଚାରି ବୁଝିଥିଲେ।

Leave a comment