ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରୁ ଛାତ୍ରଛାତ୍ରୀ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବେ ବୋଲି ମୋର ବିଶ୍ୱାସ : ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‍ ଏଲ୍‍. ମାଣ୍ଡଭୀୟ ମଧ୍ୟ ଯୋଗ ଦେଇଥିଲେ।ହେଲିକପ୍ଟରରେ ପୁରୀରେ ପହଞ୍ଚିବା ପରେ ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାର ଶୁଭାରମ୍ଭ କରିଥିଲେ । ଏହାସହ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ପୁରୀରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଦିଗରେ ସହାୟକ ହେବ ବୋଲି କହିଥିଲେ ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଭର୍ଚ୍ଚୁଆଲରେ ରହିଥିଲେ । ଏହାସହ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଯୋଜନାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ପୁରୀ ବାଲିଗୁଆଳି ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ୨୦୨୧-୨୦୨୨ ବର୍ଷ ପାଇଁ ଏମବିବିଏସ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ବ୍ୟାଚରେ ୩୦ ଜଣ ଛାତ୍ରୀଙ୍କ ସହ ୭୦ ଜଣ ଛାତ୍ର ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ମାଣ୍ଡଭିୟା ଛାତ୍ରମାନଙ୍କ ସହ ଭର୍ଚ୍ଚୁଆଲରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ମେଡିକାଲ କଲେଜରେ ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଛି । ଏଥିରେ ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମେଡିକାଲର ଏବେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି । ପାଠ ପଢ଼ାଇବାକୁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ଯୋଗ ଦେଇସାରିଲେଣି । ବର୍ତ୍ତମାନ ପରିପ୍ରେକ୍ଷୀରେ କଲେଜ ସାମୟିକ ଭାବେ ପୁରୀ ଡାକ୍ତରଖାନାରେ ଚାଲୁଥିବା ବେଳେ ଆଗକୁ ୬୫୦ ବେଡ଼ ବିଶିଷ୍ଟ ନିଜସ୍ବ ଡାକ୍ତରଖାନାରେ ଚାଲିବା ନେଇ ନିର୍ମାଣ ଆରମ୍ଭ ହୋଇଛି ।

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳିଠାରେ ପ୍ରାୟ ୨୫ ଏକର ଜମିରେ ୨୫୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ପାଞ୍ଚ ମହଲା ବିଶିଷ୍ଟ ଏହି କଲେଜରେ ସୋମବାରଠାରୁ ଶିକ୍ଷାବର୍ଷ ୨୦୨୨-୨୩ରେ ପାଠପଢ଼଼ା ଆରମ୍ଭ ହେବ। ଏଥିପାଇଁ ଏମ୍‍ବିବିଏସ୍‍ରେ ପ୍ରଥମ ବ୍ୟାଚ୍‍ରେ ୧୦୦ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି। ଏମାନଙ୍କ ମଧ୍ୟରେ ୭୦ ଜଣ ଛାତ୍ର ଏବଂ ୩୦ ଜଣ ଛାତ୍ରୀ ରହିଛି। କଲେଜରେ ୪ଟି ହଷ୍ଟେଲ ରହିଛି, ଏଠାରେ ୬୫୦ ଜଣଙ୍କ ରହିବା ସୁବିଧା ଅଛି। ଏଥିରେ ଛାତ୍ରଙ୍କ ପାଇଁ ୩୦୦, ଛାତ୍ରୀଙ୍କର ୧୫୦ ଓ ୧୦୦ ଜଣ ଇଣ୍ଟର୍ନ ହାଉସ୍‍ ସର୍ଜନ ଏବଂ ୧୦୦ ରେସିଡେଣ୍ଟ୍ସ ଡାକ୍ତରଙ୍କ ପାଇଁ ବ୍ୟବସ୍ଥା ରହିଛି। ମେଡିକାଲର ସମସ୍ତ ପାଠ୍ୟକ୍ରମ ତଥା ବିଭାଗରେ ପଢ଼ାଇବା ପାଇଁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ ଓ ସହକାରୀ ପ୍ରଫେସର ଯୋଗଦେଇ ସାରିଛନ୍ତି।

Leave A Reply

Your email address will not be published.