ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : କୃଷ୍ଣପ୍ରସାଦ ବ୍ଲକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁରଠାରେ ନୂତନ ଭାବେ ବିଜୁପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନ ନିର୍ମାଣ ହୋଇଛି। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଏହା କୃଷ୍ଣପ୍ରସାଦ ବ୍ଲକର ଚିଲିକା ପାର୍ଶ୍ବରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ବେଶ୍‍ ସହାୟକ ହେବ। ଏଭଳି ଲକ୍ଷ୍ୟ ନେଇ ଏହି ଶିକ୍ଷାନୁଷ୍ଠାନ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। ଏଠାରେ ଶିକ୍ଷା ଗ୍ରହଣ ଲାଗି ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି।

 

 

Leave A Reply

Your email address will not be published.