ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଟାସ୍କଫୋର୍ସ, ୯ ଜଣିଆ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡ଼ିଯିବା ସହିତ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ସୋମବାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁକ୍ରମେ ଏହି କମିଟି ଗଠନ କରାଯାଇଛି। ତେବେ କମିଟିର ନାଁ- ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ରଖାଯାଇଥିବା ବେଳେ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ସନ୍ଦୀପ ତ୍ରିପାଠୀଙ୍କୁ ଟାସ୍କଫୋର୍ସର ଅଧ୍ୟକ୍ଷ କରାଯାଇଛି  । ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କ ଫୋର୍ସ କମିଟି । ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ୟ୍ୟାନୁଷ୍ଠାନ ନେବ ଏହି କମିଟି ।

ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ରହିବେ। ସେମାନଙ୍କ ମଧ୍ୟରେ ଡେରାଡୁନ ଏବଂ ହାଇଦ୍ରାବାଦର ୩ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି। ଜଙ୍ଗଲ ନିଆଁର ସମୀକ୍ଷା କରିବା ସହିତ ତାହାର କାରଣ ଓ ନିରାକରଣ ଦିଗରେ ଟାସ୍କଫୋର୍ସ ପଦକ୍ଷେପ ନେବ। ଏହା ସହିତ ପ୍ରତିଦିନ ଅପରାହ୍ନରେ ଟାସ୍କଫୋର୍ସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯିବ।

Leave A Reply

Your email address will not be published.