ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋନପୁର ମହାନଦୀ ବ୍ରିଜ୍ ସଡକ ଦୁର୍ଘଟଣା, ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର : ଆଜି ଭୋରରୁ ସୋନପୁର ମହାନଦୀ ବ୍ରିଜ୍ ଉପରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ବ୍ଯକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଶୁକ୍ରବାର ଉଲୁଣ୍ଡା ଥାନା ଅନ୍ତର୍ଗତ  ନିମ୍ନା ଗ୍ରାମର ପ୍ରଦୀପ ପାଣ୍ଡିଆଙ୍କ ଜ୍ୟେଷ୍ଠ  ପୁଅ ମନିଷଙ୍କ ବିବାହ  ବିନିକା ବ୍ଲକର କଉଡିଆମୁଣ୍ଡା ଗାଁରେ ସଂପନ୍ନ ହୋଇଥିଲା । ବାହାଘର ସରିବା ପରେ  ବରଯାତ୍ରୀ ଦଳ ଏକ ବୋଲେରୋରେ କଉଡିଆମୁଣ୍ଡାରୁ ନିଜ ଗାଁ ନିମ୍ନାକୁ ଫେରୁଥିଲେ । ରାତି ପ୍ରାୟ ସାଢେ ଗୋଟାଏରେ ସମ୍ବଲପୁର ପଟୁ ଆସୁଥିବା ଓଆର୍ ୧୫ ଜି ୧୨୮୯ ନମ୍ବର ବିଶିଷ୍ଟ ଟ୍ରକ ସହିତ ଉକ୍ତ ବୋଲେରୋ ସୋନପୁର ମହାନଦୀ ବ୍ରିଜ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଧକ୍କା ସମୟରେ ବାଣ ଫୁଟିଲା ଭଳି ଶବ୍ଦ ହୋଇଥିଲା । ବ୍ରିଜ ନିକଟରେ ମହାନଦୀରେ ଭୋଜି କରୁଥିବା କିଛି ଯୁବକ ଦୁର୍ଘଟଣାସ୍ଥଳକୁ ଧାଇଁ ଥିଲେ । ବୋଲେରୋଟି ଧ୍ବଂସ ବିଧ୍ବଂସ ହୋଇଯାଇଥିଲା । ବଡ କଷ୍ଟରେ ମୃତାହତଙ୍କୁ ଗାଡି ଭିତରୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ଏହି ଯୁବକ ମାନେ ।

ଏହି ବୋଲେରୋରେ  ନବବିବାହିତ ମନିଷଙ୍କ କାକା ଆଶିଷ ପାଣ୍ଡିଆ , ଆଶିଷଙ୍କ ଦୁଇ ଝିଅ  ଏବଂ ତାଙ୍କ ପୁତୁରାଙ୍କ ସମେତ  ୧୦ ଜଣ ବସିଥିଲେ।  ଟ୍ରକ ସହ  ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେହିଁ ୫ ଜଣଙ୍କ ଜୀବନ ଚାଲିଯାଇଥିଲା। ମୃତକ ମାନେ ହେଲେ  ଆଶିଷ ପାଣ୍ଡିଆ (୪୫),  ଝିଅ  ସିଦ୍ଧି ପାଣ୍ଡିଆ (୧୦) , ପୁତୁରା ଶୁଭମ ପାଣ୍ଡିଆ (୧୭),  ପଡୋଶୀ ତ୍ରୟଂବକମ ମେହେର (୪୪)ଏବଂ ଗାଡି ଚାଳକ ପଡୋଶୀ ଗ୍ରାମ ପଞ୍ଚମହଲାର ପ୍ରମୋଦ ପାଣ୍ଡିଆ (୪୫) ।  ଗୁରୁତର ଥିବା ଆଲିସା ପାଣ୍ଡିଆ (୧୬), ଅମିନ ବାଘ (୪୭), ଓମପ୍ରକାଶ ପାଣ୍ଡିଆ (୧୫) , ମାଧବ ପୁରୋହିତ (୩୫) ଓ ପ୍ରମୋଦ ହୋତାଙ୍କୁ(୪୦) ପ୍ରଥମେ ସୋନପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ  ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

Leave A Reply

Your email address will not be published.