ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ  ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।

ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।  କରୋନା ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ  ଦମନ  ଓଡ଼ିଶା ମାର୍କେଟରେ ନିଆଁ ଲଗାଇଛି । ଦଶନ୍ଧି ପରେ ହଲରେ ପଡ଼ିଛି ମନଲାଖି ଚଳଚିତ୍ର। ନା ହିରୋଇନ ଅଛି ନା ଫିଲ୍ମରେ ଧୂଳି ଉଡ଼ୁଛି, ତଥାପି ମୋଳିକ କାହାଣୀରେ ମସଗୁଲ ଦର୍ଶକ। ଆଉ ଏହି ମୁଭିର କ୍ରେଜ କେବଳ ଓଡ଼ିଶାରେ ସୀମିତ ନାହିଁ। ଓଡ଼ିଶାରେ ଲାଗିଥିବା ଦମନ ନିଆଁ ଏବେ ସାରା ଭାରତରେ ବ୍ୟାପିବାକୁ ଯାଉଛି। ଓଡ଼ିଆରେ ଦମଦାର ସଫଳତା ପରେ ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି ‘ଦମନ’। ଏଥିପାଇଁ ମୁମ୍ୱାଇରେ ନିଜ ଟିମ ସହ ପହଞ୍ଚିଛନ୍ତି ଅଭିନେତା ବାବୁଶାନ। ଆରମ୍ଭ କରିଦେଇଛନ୍ତି ହିନ୍ଦୀ ଡବିଂ। ଖୁବଶୀଘ୍ର ଭାରତର ୫୦୦ଶହ ହଲରେ ରିଲିଜ ହେବ ଦମନ। ମାତ୍ର ୨ ସପ୍ତାହରେ ଫିଲ୍ମଟି ୨ କୋଟି ଆୟ କରି ବ୍ଲକବଷ୍ଟର ଆଡ଼କୁ ମୁହାଁଇଲାଣି। ସୋସିଆଲ ମିଡିଆରେ ବି ‘ଦମନ’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖ ତା ମୁହଁରେ ‘ଦମନ’ର ଚର୍ଚ୍ଚା। ଏମିତିକି ବିଦେଶରେ ମଧ୍ୟ ଫିଲ୍ମକୁ ନେଇ ଚର୍ଚ୍ଚା ହେଲାଣି । ପାକିସ୍ତାନର କିଛି ସନେ ସମୀକ୍ଷକ ଏହି ଫିଲ୍ମକୁ ନେଇ ରିଭ୍ୟୁ ଭିଡିଓ ମଧ୍ୟ ବନେଇଛନ୍ତି। ଫିଲ୍ମଟି ଆଇଏମଡିବିରେଟିଂରେ ୯.୭ ପାଇ ବ୍ଲକବଷ୍ଟର ଫିଲ୍ମ ‘RRR’ଓ ‘‘KGFକୁ ବି ପଛରେ ପକାଇଦେଇଛି।

ତେବେ ଯଦି ଏହି ଫିଲ୍ମଟି ହିନ୍ଦୀରେ ରିଲିଜ ହେଲା ତେବେ ଏହା ୩ଶହ କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି। ନିକଟରେ ଜଣାଶୁଣା ସିନେ ସମୀକ୍ଷକ କେ ଆର କେ ଏହି ଫିଲ୍ମକୁ ନେଇ ଏକ ଭିଡିଓ ଶେଆର କରିଛନ୍ତି। ଯେଉଁଥିରେ ସେ ଏହି ଫିଲ୍ମକୁ ନେଇ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ବଡ଼ ଆଟାକ୍। ଆଉ ଯେଉଁ ଦିନ ଏହି ଫିଲ୍ମ ହିନ୍ଦି ଭାଷାରେ ପରଦାରେ ଲାଗିବ ଅତି କମରେ ୫ ସପ୍ତାହ ପର୍ଯ୍ୟନ୍ତ ଧମାଲ କରିବ । ଫିଲ୍ମଟିକୁ ସେ ୪.୫ ଷ୍ଟାର ରେଟିଂ ଦବା ସହ ଏହା ୩୦୦ କୋଟି ଆୟ କରିବ ବୋଲି କହିଛନ୍ତି।

ତେବେ ଯଦି ଫିଲ୍ମ ବିଷୟରେ କହିବା ତେବେ ନିଛକ ଓଡ଼ିଆ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଓଡ଼ିଶାର କୋଟି କୋଟି ଦର୍ଶକଙ୍କ ମନକୁ ଛୁଇଁଛି । ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଆଉଜଣେ ସେବିକା। ବାସ କେବଳ ଦୁଇ ତିନି ଜଣ କ୍ୟାରେକ୍ଟର ଲୋକଙ୍କୁ କେମିତି ବାନ୍ଧି ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି। ବିଶେଷ କରି ବାବୁସାନ ମହାନ୍ତିଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଯୋସ ଭରିଛି । ‘ଦମନ’ର ଏହି ସଫଳତା ଦିଗହରା ଓଲିଉଡକୁ ଏକ ନୂଆ ଦିଗ ଦେଖାଇଛି। ଏମିତିକି ଓଲିଉଡର ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ନିଛକ ଓଡ଼ିଆ କାହାଣୀ ଉପରେ ସିନେମା ତିଆରି କରିବାକୁ ପ୍ରେରଣା ଦେଇଛି। ଆଉ ଦର୍ଶକ କହୁଛନ୍ତି ଫେରିଛି ଓଡିଆ ସିନେମାର ସୁବର୍ଣ୍ଣ ଯୁଗ ।

Leave A Reply

Your email address will not be published.