ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକଣା ଭିତରେ ଚାଲିଛି ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଭବାନୀପାଟଣା ସହରରେ ୧୪୪ ଧାରା ଲାଗୁ

କଳାହାଣ୍ଡି: ଚାଲିଛି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ବି ଛତର ଯାତ୍ରା କୋଭିଡ କଟକଣାରେ ବିଧିରକ୍ଷା ପୂର୍ବକ ପାଳନ କରାଯାଉଛି । ରକ୍ତ ରଞ୍ଜିତ ହେବ ଜେନାଖାଲରୁ ମନ୍ଦିର ରାସ୍ତା । ମାଆଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ୟ୍ୟନ୍ତ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ଚାଲିଥାଏ ।

ମହାଷ୍ଟମୀ ରାତିରେ, ଗୁପ୍ତପୂଜା ଓ ମାଆଙ୍କ ପୀଠରେ ଅଷ୍ଟବଳି ପଡ଼ିବା ପରେ ମହାକାଳ ଭୈରବଙ୍କ ପାଖରେ ପୋଢବଳି ଦିଆଯାଏ । ଜେନାଖାଲଠାରୁ ମନ୍ଦିର ପର୍ଯ୍ଯନ୍ତ ପ୍ରାୟ ୪ କିଲୋମିଟର ରାସ୍ତା ପଶୁ ପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଥାଏ । ଲାଲଛିଟ କନାରେ ଆବୃତ ଦେବୀଙ୍କ ଛତର ରକ୍ତାକ୍ତ ପଥ ଅତିକ୍ରମ କରି ମନ୍ଦିରକୁ ପ୍ରବେଶ କରିଥାନ୍ତି । ଛତର ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ୪ଟା ପର୍ଯ୍ଯନ୍ତ ଭବାନିପାଟଣା ସହରରେ ୧୪୪ ଧାରା ଲାଗୁ ହୋଇଛି । ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯିବା ସହିତ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

 

Leave A Reply

Your email address will not be published.