ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୨: ଗୁଜରାଟକୁ ୧୭୦ ରନର ଟାର୍ଗେଟ ଦେଲା ଚେନ୍ନାଇ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୨୯ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ  ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ । ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚେନ୍ନାଇ ପ୍ରଥମେ ବ୍ଯାଟି କରି ୧୬୯ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ  ୧୭୦ ରନର ଆବଶ୍ଯକତା ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ରବିନ୍ ଉଥାପ୍ପା ୩ରନ କରି ଆଉଟ ହୋଇଥିବା ବେଳେ ମୋଇନ ଅଲ୍ଲୀ ୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୁତୁରାଜ ଗାଏକୱାଡ ଓ ଅମ୍ବାତି ରାୟୁଡୁ ସମ୍ଭାଳିଥିଲେ। ରୁତୁରାଜ ଗାଏକୱାଡ ୪୮ ବଲରେ ୭୩ ରନ କରି ଆଉଟ ହୋଇଥିଲେ। ଅମ୍ବାତି ରାୟୁଡୁ ୩୧ ବଲରେ ୪୧ ରନ କରି ଆଉଟ ହୋଇଥିଲେ।  ଶିବମ ଦୁବେଙ୍କ ସହ ମିଶି ରବିନ୍ଦ୍ର ଜାଡେଜା ପୁଣିଥରେ ପାରିକୁ ସମ୍ଭାଳିଥିଲେ। ଶିବମ ଦୁବେ ୧୭ ବଲରେ ୧୯ ରନ କରି ରନ ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୨ ବଲରେ ୨୨ ରନ କରି ଅପରାଜିତ ରହିଥିଲେ।

ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ଅଲଜାରି ଜୋସେଫ ୨ଟି ୱିକେଟ ନେଇଥିବା ବେଳେ ୟଶ ଦୟାଲ ଓ ମହମ୍ମଦ ଶାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.