ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାକିରି ନାଁରେ ଠକେଇ, ଟଙ୍କା ଫେରସ୍ତ ପାଇଁ ଥାନାର ଦ୍ୱାରସ୍ତ

କେନ୍ଦ୍ରାପଡା: ବେକାର ଯୁବକ ଯୁବତୀଙ୍କୁ ଚାକିରୀ ଦେବା ନାଁରେ ବିଭିନ୍ନ ବେସରକାରୀ ସଂସ୍ଥା ଲକ୍ଷାଧିକ ଟଙ୍କା ଠକେଇ କରି ନେଇଯାଉଥିବା ଅଭିଯୋଗ ହେଉଛି l ଏମିତିକି ଟଙ୍କା ଦେବା ପରେ ଆଉ ଚାକିରୀ ନଦେଇ ଠକି ଦେଉଛନ୍ତି l ଏମିତି ଘଟଣା ପାଟକୁରା ଥାନା କଣ୍ଟିଆର ବିଲବଳରାମପୁର ଦୁର୍ଗାପ୍ରସାଦ ବିଶ୍ୱାଳଙ୍କ ସହ ଘଟିଛି l ବେସରକାରୀ ବ୍ୟାଙ୍କରେ ଏକ ଲକ୍ଷ ଟଙ୍କା ନେଇ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l ଏନେଇ କଟକର ଏକ ବେସରକାରୀ ସଂସ୍ଥାର ଦୁଇଜଣ ଇମ୍ରାନ ଖାଁ ଏବଂ ଜ୍ୟୋତି ମିଶ୍ର ବ୍ୟାଙ୍କରେ ଭଲ ପଦବୀରେ ଚାକିରୀ ଦେବାକୁ କହି କେନ୍ଦ୍ରାପଡା ଟାଉନ ଅଞ୍ଚଳରେ ୨୦ ହଜାର ଟଙ୍କା କ୍ୟାସ ନେଇଥିଲେ l ଏହାପରେ ଦୁର୍ଗାପ୍ରସାଦ ଅଭିଯୁକ୍ତ ଇମ୍ରାନଙ୍କ ଆକାଉଣ୍ଟକୁ ଆଉ ୨୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ l ବ୍ୟାଙ୍କରେ ଚାକିରୀ ଦେବା ପରେ ଆଉ ୬୦ ହଜାର ଟଙ୍କା ନେବେ ବୋଲି କହିଥିଲେ l ହେଲେ ବ୍ୟାଙ୍କରେ ଚାକିରୀ ନଦେଇ ଏକ ବେସରକାରୀ ହସ୍ପିଟାଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଚାକିରୀ କରିବାକୁ କହୁଛନ୍ତି l ଏନେଇ ଦୁର୍ଗାପ୍ରସାଦ ମନା କରିବାରୁ ତାଙ୍କୁ ଆଉ କୌଣସି ଜାଗାରେ ଚାକିରୀ ମିଳିବନି କହୁଛନ୍ତି ବୋଲି ଅଭିଯୋଗ ହୋଇଛି l ଏନେଇ ଦୁର୍ଗାପ୍ରସାଦ ଟଙ୍କା ଫେରସ୍ତ ମାଗିବାରୁ ବିଭିନ୍ନ ପ୍ରକାରର ଧମକଚମକ ଦେଉଛନ୍ତି l ଏନେଇ ଦୁର୍ଗାପ୍ରସାଦ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୧୧୦/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave A Reply

Your email address will not be published.