ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟାଟାରେ ଚାକିରୀ ଦେବା ନାଁରେ ଠକେଇ, ୩ ହଜାର ପ୍ରାର୍ଥୀଙ୍କଠୁ କୋଟି କୋଟି ଟଙ୍କା ଲୁଟିଲେ

କେନ୍ଦ୍ରାପଡା : ଲକଡାଉନର ଭରଫୁର ଫାଇଦା ଉଠାଇଛନ୍ତି । ଦେଶ ତମାମ ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଛନ୍ତି । କୋଭିଡ ସମୟରେ ବେସରକାରୀ ଚାକିରୀ ହରେଇଥିବା ପ୍ରାର୍ଥୀଙ୍କୁ ମୋହରା କରିଛନ୍ତି । ଜଣେ କି ଦୁଇଜଣ ନୁହନ୍ତି ବରଂ ୩ ହଜାର ଏହିଭଳି ପ୍ରାର୍ଥୀଙ୍କୁ ଚାକିରୀ ଦେବା ନାଁରେ ଠକେଇ ହୋଇଛି । ଏନେଇ ବଗଡ଼ା ଅଞ୍ଚଳର ୨୬ ବର୍ଷୀୟ ରାକେଶ ସ୍ୱାଇଁ ସଦର ଥାନାରେ ଅଭିଯୋଗ କରିବା ପରେ ଘଟଣାର ପର୍ଦାଫାସ ହୋଇଛି । ରାକେଶଙ୍କ ଅଭିଯୋଗ ମୁତାବକ, ସେ ଝାରଖଣ୍ଡର ଜାମସେଦପୁର ଗୋଲମୁରି ଅଞ୍ଚଳରେ ଥିବା ଟାଟା ଟେକିନିକାଲ ଏଜୁକେସନ ସେଣ୍ଟରରେ ଏକ ସର୍ଟ ଟର୍ମ ପୋଗ୍ରାମରେ ଫେବୃଆରୀ ୨୦୨୦ରେ ଆଡ଼ମିଶନ କରିଥିଲେ ।
ଏହାପରେ ସେ ଚାକିରୀ ପାଇଁ କଲିକତାରେ ଏକ ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାର କମ୍ପାନୀକୁ ଟାଟା ସେଣ୍ଟରରେ କାର୍ଯ୍ୟରତ କେତେଜଣ କୋଡ଼ିନେଟର ପରିଚାଳନା କରୁଥିଲେ । ସେମାନେ ଟାଟା ଷ୍ଟିଲ କିମ୍ବା ଟାଟା ପାୱାରରେ ଚାକିରୀ ସ୍ତିରୀକୃତ କରିବା ପାଇଁ ୩ ଲକ୍ଷ ଟଙ୍କା ନଗଦ ମାଗିଥିଲେ । ଏନେଇ ରାକେଶ ଗୁଗଲ ପେ ଏବଂ ନଗଦ ଆକାରରେ ୩ ଟଙ୍କା ଦେଇଥିଲେ । ଏହାପରେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ  ନିଯୁକ୍ତି ପତ୍ର, ପରିଚୟ ପତ୍ର ଆଦି ପ୍ରଦାନ କରାଯାଇଥିଲା । ଏହାପରେ ଚାକିରୀ ଯୋଗଦାନ ଦେବାକୁ ଗଲାବେଳେ ସମସ୍ତ ଡକ୍ୟୁମେଣ୍ଟ ନକଲି ବୋଲି ରାକେଶ ଜାଣିବାକୁ ପାଇଥିଲେ । ପରେ କମ୍ପାନି ବିରୋଧରେ ଅନୁଗୁଳ ଥାନାରେ ଠକେଇ ନେଇ ଏକ ମାମଲା ରୁଜୁ ହେବାର ଖବର ପାଇବା ପରେ ସବୁକିଛି ନକଲି ବୋଲି ରାକେଶ ଜାଣିବାକୁ ପାଇଲେ । ଏହାପରେ ଜଣେ କି ଦୁଇଜଣ ନୁହଁନ୍ତି ବରଂ ୩ ହଜାର ପ୍ରାର୍ଥୀଙ୍କୁ ଏହି କମ୍ପାନୀ କୋଟି କୋଟି ଟଙ୍କା ଠକେଇ କରିଥିବା ଜାଣିବାକୁ ପାଇଥିଲେ । ଏନେଇ ଶେଷରେ ରାକେଶ ବାଧ୍ୟ ହୋଇ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ  ଦୀପକ ବାନାର୍ଜୀ, ଶିବ କୁମାର, ପ୍ରଶାନ୍ତ ଦାସ, ଅଭିଜିତ ପ୍ରଧାନ ଏବଂ ରଞ୍ଜନ କୁମାର ପ୍ରଧାନଙ୍କ ବିରୋଧରେ  ଏକ ମାମଲା ୧୭୭/୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Leave A Reply

Your email address will not be published.