ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ପରେ ପ୍ରତାରଣା: ନ୍ୟାୟ ଭିକ୍ଷା କରି ପ୍ରେମିକ ଘର ଆଗରେ ବସିରହିଛି ପ୍ରେମିକା

ମହାକାଳପଡା: ସୋସିଆଲ ମିଡିଆରେ ଚାଟିଙ୍ଗ୍‌ରୁ ପ୍ରେମ ହେଲା । ପ୍ରେମ ନିବିଡ ହେବା ପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ସ୍ଥାପନ କରିଲେ । ପରେ ବିବାହ ନ କରିବା ପାଇଁ ବିଭିନ୍ନ ବାହାନା କରି ପ୍ରେମିକ ଜଣକ ଛକିବାରୁ ବହୁ ପ୍ରତୀକ୍ଷା ପରେ ପ୍ରେମିକ ଘର ଆଗରେ ବସି ରହି ନ୍ୟାୟ ଭିକ୍ଷା କରିଛି ପ୍ରେମିକା ଜଣକ ।

ବୁଧବାର ସକାଳୁ ମହାକାଳପଡା ବ୍ଲକ ତଥା ମାର୍ଶାଘାଈ ଥାନା ଅଧିନ ଖୁରୁଷିଆ ପଞ୍ଚାୟତର ବାନ୍ଧକୁଦ ଗ୍ରାମରେ ପ୍ରେମିକ ରଂଜନ ଓଝାଙ୍କ ଘର ଆଗରେ ବସି ରହିଛି ଯାଜପୁର ଅଞ୍ଚଳର ପ୍ରେମିକା । ଦୁଆର ମୁହଁରେ ପ୍ରେମିକା ବସିରହିବାର ଦେଖୀ ପ୍ରେମିକ ପରିବାରର ସଦସ୍ୟମାନେ ଘରର ଗ୍ରୀଲ ବନ୍ଦ କରି ଘରଛାଡି ପଳେଇଥିଲେ । ବାନ୍ଧକୁଦ ଗ୍ରାମର ରମେଶ ଓଝାଙ୍କ ପୁଅ ରଂଜନ ଓଝା ଝାଡଖଣ୍ଡର ଏକ କମ୍ପାନୀରେ ଚାକିରି କରନ୍ତି । ଯାଜପୁର ସଦର ଅଞ୍ଚଳର ପ୍ରେମିକା ଯିଏ କି ଭରବଙ୍କନଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ ଘରୋଇ ନର୍ସ ଭାବେ କାମ କରନ୍ତି। ତାଙ୍କ ସହିତ ସୋସିଆଲମିଡିଆରୁ ବନ୍ଧୁତା ସ୍ଥାପନ ହୋଇଥିଲା । ପରବର୍ତି ସମୟରେ ବନ୍ଧୁତାରୁ ପ୍ରେମ ସମ୍ପର୍କ ହୋଇ ବିବାହର ପ୍ରତିଶୃତି ଦିଆଯିବା ପରେ ଶାରିରୀକ ସମ୍ପର୍କ ସ୍ଥାପନ ହୋଇଥିଲା ।

ପ୍ରେମିକାକୁ ନିଜ ଗାଁ ଘରକୁ ଆଣି ବାପାମାଆଙ୍କୁ ସାକ୍ଷାତ କରାଇବା ସାଙ୍ଗକୁ ଶାରିରୀକ ସମ୍ପର୍କ ରଖିଲେ । ଆମ ପରିବାର ଲୋକ ନର୍ସ ଚାକିରିକୁ ପସନ୍ଦ କରୁନାହାନ୍ତି ତେଣୁ ନର୍ସ ଚାକିରି ଛାଡିଦେବାକୁ ପରାମର୍ଶ ଦେବାରୁ ପ୍ରେମିକା ନର୍ସ ଚାକିରି ଛାଡି ଦେଇଥିଲା । ମାତ୍ର ପ୍ରାୟ ବର୍ଷେ ହେବ ସମ୍ପର୍କ ରଖିବା ପରେ ନଗଦ ୩ଲକ୍ଷ ଟଙ୍କା ଏବଂ ବହୁ ମୂଲ୍ୟବାନ ଜାନିଯୌତୁକ ସହିତ ଅନ୍ୟ ଜଣେ ସୁନ୍ଦରୀ ଝିଅ ସହିତ ବାହାଘର ପ୍ରସ୍ତାବ ସ୍ଥିର କରିଛନ୍ତି ବୋଲି ପ୍ରେମିକ ରଂଜନ ଜଣାଇଥିଲା । ଫଳରେ ଯୌତୁକ ଦେଇ ନ ପାରିବା ଜାଣି ପ୍ରେମିକା ଜଣକ ନିଜକୁ ଦୂରେଇ ରଖିଥିଲା । ମାତ୍ର ରଂଜନ ପୁଣି ଥରେ ପ୍ରେମ ନିବେଦନ କରିବା ସହିତ ମୋର ଯୌତୁକ ଦରକାର ନାହିଁ, ମୋ ସାଙ୍ଗରେ ଚାଲି ଆସ ଆମେ ବାହା ହୋଇ ସଂସାର କରିବା । ତୁ ନ ଆସିଲେ ଜୀବନ ହାରିଦେବ ବୋଲି ଧମକ ଦେଇ ପ୍ରେମ ପ୍ରତି ବିଶ୍ୱାସ ଜନ୍ମାଇବାରୁ ପ୍ରେମିକା ରଂଜନ ସହିତ ଘରୁ ଗୋଡ କାଢି ପଳେଇ ଆସିଥିଲା ।

୪ଦିନ ବାନ୍ଧକୁଦ ବାସଭବନରେ ରଖିବା ପରେ ଆଉ ୯ ଦିନ ରଂଜନର ବଡ ଭଉଣି ରହୁଥିବା ଭୁବନେଶ୍ୱରର ପଳାଶୁଣି ଭଡାଘରେ ରଖି କମ୍ପାନୀରୁ ଫୋନ ଆସିଛି କହି ପଳେଇ ଯାଇଥିଲା । ତା ପରେ ପ୍ରେମିକ ରଂଜନର ବାପା, ମାଆ,ବଡ ଭଉଣୀ, ସାନ ଭଉଣୀ ମିଶି ମାଡମାରିବା ସହିତ ଗାଳିଗୁଲଜ କରି ଘରୁ ବାହାର କରିଦେଲେ । ଏ ସଂପର୍କରେ ପ୍ରେମିକ ସହିତ ଫୋନ କରି ଜଣାଇବାକୁ ଚେଷ୍ଟା କରିଥିଲେ ବି ପ୍ରେମିକ ରଂଜନ ଦୂରେଇ ଯାଇଥିଲା । ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ପ୍ରେମିକର ଘର ଆଗରେ ବୁଧବାର ସକାଳୁ ଆସି ଧାରଣା ଦେଇଛି । ମୋତେ ବୋହୁ କରି ନେ, ନ୍ୟାୟ ଭିକ୍ଷା କରି ଘର ଆଗରେ ପ୍ରେମିକା ବସିଥିବା ବେଳେ ପ୍ରେମିକ ପରିବାରର ସଦସ୍ୟମାନେ ଘରର ଗ୍ରୀଲ ତାଲା ପକାଇ ପଳେଇ ଯାଇଥିଲେ । ରିପୋର୍ଟ ଲେଖା ହେବା ପର୍ଯ୍ଯନ୍ତ ପ୍ରେମିକା ଜଣକ ଧାରଣାରେ ବସିରହିଥିଲେ ।

Leave A Reply

Your email address will not be published.