ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡେଟିଂ ଆପ୍‌ରେ ଚାଟିଂ କରି ଫସିଲେ ଯୁବକ : ହରାଇଲେ ୯୪ ହଜାର ଟଙ୍କା

କଟକ : ଏବେ ଯୁବକ ଯୁବତୀ ମାନେ ମନ ପସନ୍ଦର ବନ୍ଧୁ ଖୋଜିବା ଲାଗି ଡେଟିଂ ଆପ୍‌ର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସେମାନେ ଏହି ଆପ୍ ଜରିଆରେ ଚାଟିଂ, ଫୋନ୍ କଲ୍ କରିବା ସହ ବନ୍ଧୁତା ସ୍ଥାପନ କରିପାରିବେ । ଏପରି ଏକ ଡେଟିଂ ସାଇଟ୍‌ର ବ୍ୟବହାର କରି ବିଡାନାସୀ ଅଞ୍ଚଳର ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ବିଡାନାସୀ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଏକ ଫ୍ରି ଡେଟିଂ ୱେବ୍‌ ସାଇଟ୍‌ର ବ୍ୟବହାର କରିଥିଲେ।

ସେଠାରେ ତାଙ୍କ ଜଣେ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା। ଯୁବତୀ ଜଣକ କିଛି ଦିନ ଧରି ତାଙ୍କ ସହ ଚାଟିଂ ଓ ଫୋନ କଲ କରି କଥା ହେଉଥିଲେ । ଏଥିସହ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରିକି ପରସ୍ପର ବିବାହ କରିବାକୁ ସ୍ଥିର କରିଥିଲେ | ମାତ୍ର ପ୍ରେମ କରିବା ଆଳରେ ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କ ଠାରୁ ୯୪ ହଜାର ଟଙ୍କା ନେଇଥିଲେ। ଆଉ ଯେତେବେଳେ ଯୁବକ ଜଣକ ଟଙ୍କା ଦେବା ବନ୍ଦ କରି ଦେଇଥିଲେ ଯୁବତୀ ଜଣକ ତାଙ୍କଠାରୁ ଦୂରେଇ ଯାଇଥିଲେ ।

ଗତ କିଛି ଦିନ ମଧ୍ୟରେ ସମ୍ପୃକ୍ତ ଯୁବତୀ ପ୍ରାୟ ୯୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏପରିକି କେତେକ ଡେଟିଂ ଆପ୍ ଜରିଆରେ ପ୍ରେମ ଓ ବନ୍ଧୁତାର ପ୍ରଲୋଭନ ଦେଖାଇ ସାଇବର ଅପରାଧୀ ମାନେ ଟଙ୍କା ଠକି ନେଉଥିବା ଏତଲାରେ ଦର୍ଶାଯାଇଛି । ଏପରି ଅଭିଯୋଗ ପାଇବା ପରେ କମିସନରେଟ୍ ପୁଲିସର ସାଇବର ସେଲ୍‌ ସହାୟତାରେ ବିଡ଼ାନାସୀ ପୁଲିସ ଅଧିକ ତଦନ୍ତ ଜାରି ରଖୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.