ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ

କଟକ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଆସନ୍ତା ଜୁଲାଇ ୭ରେ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ରଥ ନିର୍ମାଣ ପାଇଁ ବୁଧବାର ତଥା ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ଅନୁକୂଳ ହୋଇଛି । ଖପୁରିଆସ୍ଥିତ ସରକାରୀ କରତ କଳରେ ରଥକାଠ ଚିରଟ ଆରମ୍ଭ ହୋଇଛି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଅପରାହ୍ନରେ  ରଥ କାଠ କଟକକୁ ଆସିଥିଲା । ନୀତି ପ୍ରଶାସକ ଜିତେନ୍ଦ୍ର ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବୀନ୍ଦ୍ରନାଥ ଭୋଇ, ବରିଷ୍ଠ ତତ୍ୱାବଧାରକ ସୁଦର୍ଶନ ମେକାପ, ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ରନାଥ ଦାସ, କର୍ମଚାରୀ ବେଣୁଧର ମହାରଣା ପ୍ରମୁଖ ଆଜ୍ଞାମାଳ ଓ ରଥ କାଠ ସହ ଆସିଥିଲେ । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ତିନୋଟି ଧଉରା କାଠ ପ୍ରଥମେ ଚିରଟ ହୋଇଥିଲା । ତେବେ ଗତବର୍ଷରୁ ପ୍ରାୟ ୨୦୦ ରଥକାଠ ବଳକା ଥିବା ବେଳେ ଚଳିତବର୍ଷ ୪୫୦ ଖଣ୍ଡ କାଠ ଅଣାଯାଇଛି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ମୋଟ ୮୧୨ ଖଣ୍ଡ କାଠର ଆବଶ୍ୟକ ।  ଫାଶି, ଶିମିଳ, ଅଶନ, ଧଉରା, ରାଇ, ମଇ ଭଳି କାଠ ଆଦି କାଠ ଚିରଟ ହୋଇ ରଥଖଳାକୁ ଅକ୍ଷୟ ତୃତୀୟା ପୂର୍ବରୁ ପହଞ୍ଚିବ।

Leave A Reply

Your email address will not be published.