ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ରବିବାରଠାରୁ ଭଙ୍ଗା ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହା ଭଙ୍ଗା ଯାଉଛି । ଏଥିରେ ୨୦ ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତି । ସକାଳେ ସୁଭଦ୍ରାଙ୍କ ଦେବଦଳନ ରଥରେ ଭୋଇ ସେବକମାନେ ଲଡୁ ମାହାର୍ଦ୍ଦ ଓ ନଡ଼ିଆ ଆଣି ରଖିଥିଲେ । ଭୋଇ ସର୍ଦ୍ଦାର ରଥରେ ନଡ଼ିଆ ବାଡେଇବା ପରେ ଆରମ୍ଭ ହୋଇଥିଲା ଭଙ୍ଗା କାମ । ଉପର ଆଡୁ ରଥ ଭଙ୍ଗା ଯାଉଛି । ପ୍ରଥମେ ରଥର ଖପୁରୀ, ପାରାଭାଡ଼ି, ପୋଟଳ, ପୋଟଳ ପାରେଣି ଖୋଲାଯାଇଛି । ରଥ ଭଙ୍ଗାଯାଇ ବାହାରୁ ଥିବା କାଠକୁ ଦୋଳବେଦୀ ପରିସରରେ ରଖାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.