ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିଲା ବ୍ଯାଙ୍କ ଲକର ନିୟମ: ଚୋରି ହେଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବ୍ୟାଙ୍କ ଗ୍ରାହକଙ୍କୁ ଧ୍ୟାନରେ ରଖ୍ ନୂଆ ନୂଆ ନିୟମ ଅଣାଯାଇଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ ନିୟମରେ ପରିବର୍ତ୍ତନ ଏବେ ଆରବିଆଇ ବ୍ୟାଙ୍କ ଲକରକୁ ନେଇ ନିୟମ ବଦଳାଇଛି। ଏହି ଅନୁଯାୟୀ, ଯଦି ଆପଣ କୌଣସି ବ୍ୟାଙ୍କରେ ଲକର ଖୋଲିଛନ୍ତି କିମ୍ବା ଖୋଲିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଜାଣିବା ନିହାତି ଜରୁରୀ।

ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜାରି କରି ନୂଆ ବ୍ୟାଙ୍କ ଲକର ନିୟମ ୨୦୨୨ ଜାନୁଆରୀ ପହିଲାଠାରୁ ଲାଗୁ କରିବାକୁ କହିଛି। ବ୍ୟାଙ୍କରେ ଲକର ସୁବିଧା ନେଉଥିବା ଗ୍ରାହକଙ୍କ ଅଭିଯୋଗ ଉପରେ ଆରବିଆଇ ଏହି ନିୟମ ଜାରି କରିଛି । ନୂଆ ନିୟମ ଲାଗୁ କରିବାର ଫାଇଦା ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ । ଅଧିକାଂଶ ସମୟରେ ବ୍ୟାଙ୍କ ଲକରରୁ ଚୋରି ହେବାର ଅଭିଯୋଗ ଆସିଥାଏ । ଏହି ନୂଆ ନିୟମ ଲାଗୁ କରାଯିବା ପରେ ବ୍ୟାଙ୍କ  ଲକରରୁ କିଛି ବି ଚୋରି ହେଲେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଲକର ଭଡାର ୧୦୦ ଗୁଣ କ୍ଷତିପୂରଣ ଦିଆଯିବ। ଏହା ପୂର୍ବରୁ ବ୍ୟାଙ୍କ ଲକରରୁ ଚୋରି ହେଲେ ବ୍ୟାଙ୍କ ସଫାସଫା କହିଦେଉଥିଲା।  ଏହି ଘଟଣା ପାଇଁ ବ୍ୟାଙ୍କ ଦାୟୀ ନୁହେଁ ବୋଲି ବ୍ୟାଙ୍କ କହୁଥିଲା।

ଆରବିଆଇ ଏହା ମଧ୍ୟ କହିଛି ଯେ, ବ୍ୟାଙ୍କଗୁଡିକୁ ଖାଲି ଲକରର ତାଲିକା, ଲକର ପାଇଁ ୱେଟିଂ ତାଲିକା ନମ୍ବର ଡିସ୍‌ କରିବାକୁ ପଡିବ । ଏହାଦ୍ଵାରା ଲକର  ସିଷ୍ଟମରେ ଅଧିକ ସ୍ଵଚ୍ଛତା ଆସିବ ବୋଲି ଆଶା କରାଯାଉଛି। ଆରବିଆଇ କହିବା ଅନୁଯାୟୀ, ବ୍ୟାଙ୍କ ଗ୍ରାହକଙ୍କୁ ଅନ୍ଧାରରେ ରଖିପାରିବନାହିଁ। ସଠିକ୍ ସୂଚନା ପାଇବା ଗ୍ରାହକଙ୍କ ଅଧିକାର । ଏବେ ଯେତେବେଳେ ବି ଆପଣ ଆପଣଙ୍କ ଲକର୍‌ ଆକ୍‌ସେସ୍ କରିବେ ବ୍ୟାଙ୍କ ଜରିଆରେ ଆପଣଙ୍କୁ ଇ-ମେଲ୍ କିମ୍ବା ମେସେଜ୍ ଜରିଆରେ ଆଲର୍ଟ କରାଯିବ। ନୂଆ ନିୟମାନୁସାରେ ବ୍ୟାଙ୍କକୁ ସର୍ବାଧିକ ୩ ବର୍ଷର ଭଡା ଦେବାର ଅଧିକାର ରହିଛି। ଲକର ରୁମ୍‌କୁ ଏବେ ସିସିଟିଭି ଜଗିବା ଜରୁରୀ। ଏହାସହ ସିସିଟିଭି ଫୁଟେଜ୍‌ର ଡାଟା ୧୮୦ ଦିନ ପର୍ଯ୍ୟନ୍ତ ରଖାଯିବ । ଏହାଫଳରେ ଚୋରି କିମ୍ବା ଅନ୍ୟ କୌଣସି ଅଭିଯୋଗ ଆସିଲେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିପାରିବ।

Leave A Reply

Your email address will not be published.