ପରିବର୍ତ୍ତନ ହେଲା କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଟୀକା ନେବାର ସମୟ

କୋ-ୱିନ୍ ପୋର୍ଟାଲରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ୍ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ଏହା ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ଏବେ କୋ-ୱିନ୍ ପୋର୍ଟାଲରେ ସେହି ଅନୁସାରେ ଟିକା ନେବା ସମୟ ଚୟନ କରି ପାରିବେ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।