ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଶାସନିକ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୧୫ ବ୍ଳକକୁ ମିଳିଲେ ନୂଆ ବିଡିଓ

ଭୁବନେଶ୍ବର : ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟର ୧୫ ବ୍ଲକର ବିିଡିଓ ପରିବର୍ତ୍ତନ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜି ବଦଳି କରାଯାଇଥିବା ୧୫ ଜଣ ଓଏଏସଙ୍କ ମଧ୍ୟରୁ କରୁଣାକର ଧିଣ୍ଡା, ବିଡିଓ ସରସକଣାଙ୍କୁ ବାଲେଶ୍ବର ସୋର ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ବିନୋଦ ଚନ୍ଦ୍ର ପଣ୍ଡା, ଡେପୁଟି କମିଶନର ସମ୍ବଲପୁର ମୁନିସପାଲଟିଙ୍କୁ ବାଲେଶ୍ବର ବାଲିଆପାଳ ବିଡିଓ, ଦିନମଣି ନାୟକ,ତହସିଲଦାର ଫୁଲବାଣିଙ୍କୁ ବାଲେଶ୍ବର ବସ୍ତା ବିଡିଓ,ଜ୍ଞାନରଞ୍ଜନ ସାହୁ,ବିଡିଓ ବସ୍ତାଙ୍କୁ ବାଲେଶ୍ବର ନିଳଗିରି ବିଡିଓ, ଅଶୋକ ଦାସ ସିମୁଳିଆ ବିଡିଓଙ୍କୁ ବାଲେଶ୍ବର ଔପଦା ବିଡିଓ ଭାବେ ବଦଳି କରାଯାଇଛି।

ସେହିପରି ସୁରେନ୍ଦ୍ର କୁମାର ମେହେର ତହସିଲଦାର,ସଇନ୍ତଳାଙ୍କୁ ବଲାଙ୍ଗୀର ଦେଓଗାଁ ବିଡିଓ,ସୁଚିତ୍ରା ମୁର୍ଗୀ ତହସିଲଦାର ଏମ୍‌.ରାମପୁରଙ୍କୁ କଳାହାଣ୍ଡି କରଲାମୁଣ୍ଡା ବିଡିଓ, ଶିବପ୍ରସାଦ ପଟ୍ଟନାୟକ,ତହସିଲଦାର କୋଡିଙ୍ଗାଙ୍କୁ ନବରଙ୍ଗପୁର ବିଡିଓ, ଲୋଚନ ଦାସ ବିଡିଓ କଣାସଙ୍କୁ ପୁରୀ ସତ୍ୟବାଦୀ ବିଡିଓ, ପବିତ୍ର କୁମାର ବେହେରା,ଇଓ ଖଣ୍ଡପଡାଙ୍କୁ ପୁରୀ କଣାସ ବିଡିଓ, ପ୍ରଭାତି ଝୋଡିଆ,ତହସିଲଦାର ମାଲକାନଗିରିଙ୍କୁ ରାୟଗଡା, ରମନଗୁଡା ବିଡିଓ, ଦୁର୍ଗା ଚରଣ ମୁର୍ମୁ, ପୂର୍ବତନ ଧାମନଗର ବିଡିଓଙ୍କୁ ଢେଙ୍କାନାଳ କଙ୍କଡାହାଡ ବିଡିଓ, ସୁଧିର ସିଂହ ପୂର୍ବତନ ବିଡିଓ ସିମୁଳିଆଙ୍କୁ କନ୍ଧମାଳ ନୁଆଗାଁ ବିଡିଓ, ତପନ କୁମାର ସେନାପତି ତହସିଲଦାର ଆଳିଙ୍କୁ ମୟୁରଭଞ୍ଜ ଗୋପବନ୍ଧୁନଗର ବିଡିଓ,ପେମାନନ୍ଦ ବେହେରା ତହସିଲଦାର ରାଜକନିକାଙ୍କୁ ମୟୁରଭଞ୍ଜ ରରୁଆଁ ବିଡିଓ ଭାବେ ବଦଳି କରାଯାଇଛି।

ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ଓଏଏସ ସ୍ତରରେ ଏକ ବଡଧରଣର ଅଦଳବଦଳ କରାଯାଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୧୩୯ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୩୯ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇ ସେମାନଙ୍କୁ ତୁରନ୍ତ ନିଜ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  ଏହି ଅଫିସରମାନଙ୍କୁ ୧୪ତାରିଖ ଅପରାହ୍ନ ସୁଦ୍ଧା ରିଲିଭ୍ କରିବା ପାଇଁ କୁହାଯାଇଥିବାବେଳେ ଏଥିରେ ଅଧିକାଂଶ ବିଡିଓ ଓ ତହସିଲଦାର ଅଛନ୍ତି। ସେହିପରି ଆଜି ୨୦ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ମଧ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥି ସହିତ ପୁଣି ୧୫ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Leave A Reply

Your email address will not be published.