ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ବର୍ଷ ଶେଷ ଭାଗରେ ଚନ୍ଦ୍ରାୟନ-୩ ଅଭିଯାନ; ଏଥର ସଫଳ ଲ୍ୟାଣ୍ଡିଂ ପାଇଁ ଆଶାବାଦୀ ଇସ୍ରୋ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୩ ଅଭିଯାନ ଆରମ୍ଭ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହେବା ସହିତ ଉପଗ୍ରହ ବ୍ୟବସ୍ଥା ମଧ୍ୟ ପୂର୍ଣ୍ଣ ସମନ୍ୱିତ ଢଙ୍ଗରେ ଶେଷ କରାଯାଇଛି ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି। ଏହାପୂର୍ବରୁ ଚନ୍ଦ୍ରଯାନ ଶେଷ ମୁହୂର୍ତ୍ତରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ସକ୍ଷମ ହୋଇପାରିନଥିଲା ବେଳେ ଏଥରକ ଏହା ସଫଳ ହେବ ବୋଲି ସୋମନାଥ କହିଛନ୍ତି।

ଚନ୍ଦ୍ରାୟନ-୨ ମିସନ ଫେଲ୍‌ ମାରିବା ପରେ ଚନ୍ଦ୍ରାୟନ-୩ ମିସନ ଆରମ୍ଭ ହୋଇଥିଲା। ଚନ୍ଦ୍ରାୟନ-୩ ମିସନକୁ ପ୍ରସ୍ତୁତ କରିବା ପାଇଁ ଅନେକ ବାଧା ସୃଷ୍ଟି ହୋଇଥିଲା। ଲକ୍‌ଡାଉନ୍ ଓ କି ଟେଷ୍ଟିଂରେ ସମସ୍ୟା ଯୋଗୁ ମିସନରେ ବିଳମ୍ବ ହୋଇଥିଲା।

୨୦୧୮ରେ ଚନ୍ଦ୍ରାୟନ-୨ ଚନ୍ଦ୍ରପୃଷ୍ଟରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା। ହେଲେ ଏଥର ଚନ୍ଦ୍ରାୟନ-୩କୁ ସଫଳତା ପୂର୍ବକୁ ଲ୍ୟାଣ୍ଡିଂ କରିବାକୁ ବୈଜ୍ଞାନିକମାନେ ପ୍ରାଣପ୍ରଣେ ଲାଗି ପଡ଼ିଛନ୍ତି। ଚନ୍ଦ୍ରାୟନ-୩କୁ ୨ ଅପେକ୍ଷା ଅଧିକ ଶକ୍ତିଶାଳୀ ସଫ୍ଟୱେୟାର, ବିପଦପ୍ରବଣ ସ୍ଥାନଗୁଡ଼ିକର ଚିହ୍ନଟ ଶକ୍ତି ଆଦି ଖଞ୍ଜାଯାଇଛି। ଯଦି ଏହା ସଫଳ ହେଲା ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ନୂଆ ମାଇଲ୍‌ଖୁଣ୍ଟ ଅତିକ୍ରମ କରିବ।

Leave A Reply

Your email address will not be published.