ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଣ୍ଟରନେଟରେ ଛାତ୍ରୀଙ୍କ ବାଥରୁମ ଭିଡିଓ ଭାଇରାଲ ଘଟଣା : ୨ ୱାର୍ଡେନ୍ ନିଲମ୍ବିତ, ୬ ଦିନ ପାଇଁ କ୍ୟାମ୍ପସ୍ ବନ୍ଦ

ମୋହାଲି : ପଞ୍ଜାବର ଚଣ୍ଡିଗଡ ୟୁନିଭର୍ସିଟିରେ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଛାତ୍ରୀଙ୍କ MMS ଭିଡିଓ ଭାଇରାଲ ଘଟଣାରେ ଉତ୍ତ୍ବେଜନା ଲାଗି ରହିଛି। ଶନିବାର ରାତିରୁ ଭିଡିଓ ଭାଇରାଲକୁ ନେଇ ଶିକ୍ଷାର୍ଥୀମାନେ ବିକ୍ଷୋଭ କରୁଥିବା ବେଳେ ରବିବାର ରାତି ୧.୩୦ରେ ଏହା ପ୍ରତ୍ୟାହାର ହୋଇଛି। କିନ୍ତୁ କୌଣସି ପ୍ରତିକୂଳ ସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ୟୁନିଭର୍ସିଟି କ୍ୟାମ୍ପସକୁ ୬ ଦିନ ପାଇଁ ବନ୍ଦ ରଖାଯିବା ସହ ବାଳିକା ହଷ୍ଟେଲରେ ୨ଜଣ ୱାର୍ଡେନଙ୍କୁ ନିଲମ୍ବନ କରାଯାଇଛି ।

ଭିଡିଓ ଭାଇରାଲ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୬ ଦିନ ଅର୍ଥାତ ୨୪ ତାରିଖ ଯାଏ ସମସ୍ତ କ୍ଲାସକୁ ବାତିଲ କରିଛନ୍ତି। ସେହିପରି ହଷ୍ଟେଲର ୨ ଜଣ ୱାର୍ଡେନଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ୍‌ ମଧ୍ୟ ଭିଡିଓ ଲିକ୍‌ ଘଟଣାରେ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିଛି।

ଲିକ୍‌ ଭିଡିଓକୁ ନେଇ ଶିକ୍ଷାର୍ଥୀମାନେ ଆନ୍ଦୋଳନ କରୁଥିବା ବେଳେ ରବିବାର ଦିନ ତମାମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଶେଷରେ ଶିକ୍ଷାର୍ଥୀଙ୍କ ସବୁ ଦାବି କର୍ତ୍ତୃପକ୍ଷ ମାନି ନେବାରୁ ରାତି ୧.୩୦ରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨ ଜଣ ୱାର୍ଡେନଙ୍କୁ ଅବହେଳା ପାଇଁ ନିଲମ୍ବିତ କରିଥିବା ବେଳେ ହଷ୍ଟେଲର ସମସ୍ତ ୱାର୍ଡେନଙ୍କୁ ବଦଳି କରିଛନ୍ତି। ସେହିପରି ହଷ୍ଟେଲ ଟାଇମିଂରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନିୟମିତ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ମୁତାବକ, ଅଭିଯୁକ୍ତ ଛାତ୍ରୀ ସେ ରହୁଥିବା ବାଳିକା ହେଷ୍ଟେଲର ପାଖାପାଖି ୬୦ଜଣ ଛାତ୍ରୀ ଗାଧୋଇବା ସମୟର ଭିଡିଓ ସୁଟିଙ୍ଗ କରି ସିମଲାରେ ଥିବା ତା’ର ବୟଫ୍ରେଣ୍ଡକୁ ପଠାଉଥିଲା । ଯୁବକ ଜଣକ ଏହି ଭିଡିଓ ସବୁକୁ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଘଟଣା ଜଣାପଡିଥିଲା । ଇଣ୍ଟରନେଟରେ ନିଜ ନିଜ ଭିଡିଓ ଦେଖିବା ପରେ ଛାତ୍ରୀଙ୍କ ମଧ୍ୟରୁ ୮ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଉଚ୍ଚସ୍ତରୀୟ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପରେ ପୁଲିସ ସିମଲାରୁ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲା ।

Leave A Reply

Your email address will not be published.