ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ୍ କଟକଣାରେ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା

ପୁରୀ: ଚଳିତବର୍ଷ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ଆସନ୍ତା ୧୧ ତାରିଖରେ ବସିବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ ଜିଲ୍ଲାପାଳ ବୈଠକ କରି ଚନ୍ଦନଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ । ଗତବର୍ଷ କରୋନା ମହାମାରୀ କାରଣରୁ ବାହାର ଚନ୍ଦନଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେବାୟତଙ୍କ ଟିକାକରଣ ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ । ଆବଶ୍ୟକ ପଡ଼ିଲେ ଆଉ ଏକ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଭିଡ୍ ପରିଚାଳନା ନେଇ ଗଠିତ ୭ ଜଣିଆ ଟିମ୍ ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଛି ।

Leave A Reply

Your email address will not be published.