ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୨ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଜୁଲାଇ ୧୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଜୁଲାଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆମେରିକାର ଜିଏଫ୍‍ଏସ୍‍ ମଡେଲ୍‍ରୁ ଲଘୁଚାପ ନେଇ ଆଭାସ ମିଳିଛି। ମଡେଲ୍‍ କହୁଛି ଯେ ଜୁଲାଇ ମାସ ୧୨ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହା ପ୍ରଭାବରେ ସାରା ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ। ଏହା ସହିତ ସାରା ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବା ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ଏହାସହିତ ରାଜ୍ୟର ୧୪ ଜିଲ୍ଲାରେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ଦେଖା ଦେଇଥିବା ବେଳେ ଏଠାରେ ପ୍ରାୟ ୨୦-୫୯ ପ୍ରତିଶତ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ୍‍ ରହିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୫ ଦିନ ମଧ୍ୟରେ ବିଶେଷ ବର୍ଷା ନ ଥିବା ବେଳେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଜୁଲାଇ ୧ରୁ ବିଜୁଳି ଘଡ଼ଘଡ଼ି ବୃଦ୍ଧି ପାଇବ। ସେହିଦିନ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ମାତ୍ର ଏହାପରେ ବର୍ଷାର ପରିମାଣ କମିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.