ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେଞ୍ଚୁରିଅନରେ ଭାରତର ଦମଦାର ବିଜୟ, ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ହରାଇଲା ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାରେ ଭାରତର ଦମଦାର ବିଜୟ । ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଛି ଭାରତ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଉକ୍ତ ଟେଷ୍ଟରେ ଭାରତ ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଛି । ଭାରତ ପ୍ରଦତ୍ତ ୩୦୫ ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଦିବସର ଲଞ୍ଚ୍ ବିରତି ପରେ ୧୯୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲିଂ ଆଟାକର ସାମ୍ନା କରି ନ ପାରି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ମାତ୍ର ୧୯୧ ରନ କରି ଅଲଆଉଟ ହୋଇଯାଇଥିଲେ । ସେଞ୍ଚୁରିଅନରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ବିଜୟ । ଏହି ବିଜୟ ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସେଞ୍ଚୁରିଅନ ହେଉଛି ୫୬ତମ ଗ୍ରାଉଣ୍ଡ ଯେଉଁଠାରେ ଟିମ୍ ଇଣ୍ଡିଆ ଏକ ଟେଷ୍ଟ ମ୍ୟାଚ୍ ଜିତିଛି । ଏହା ସହ ଭାରତ ସର୍ବାଧିକ ଗ୍ରାଉଣ୍ଡରେ ଟେଷ୍ଟ ଜିତି ଅଷ୍ଟ୍ରେଲିଆର ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛି।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ୧୯୭ରେ ଅଲଆଉଟ କରିବା ପରେ ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ଭାରତ ୧୭୪ ରନ କରି ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନର ବିଜୟ ଲକ୍ଷ୍ୟ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ତିନୋଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଶତକ ପାଇଁ କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.