ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ, ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର

ଭୁବନେଶ୍ୱର: ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର। ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠି ୭୩ ହଜାର କୋଟିରୁ ୬୦ ହଜାର କୋଟିକୁ ହ୍ରାସ କରାଯାଇଛି । ଲଗାତର ଭାବେ ଓଡ଼ିଶା ପ୍ରତି କେନ୍ଦ୍ର ଏପରି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ବଜେଟରେ କେନ୍ଦ୍ର ମନରେଗା ଅର୍ଥ ହ୍ରାସ କରି ଗରିବ ଲୋକଙ୍କ ପେଟକୁ ଲାତ ମାରୁଛି ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ମନରେଗାରେ ଗରିବ ଲୋକଙ୍କୁ କାମ ଦିଆଯାଏ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରୁ ୫କେଜି ଚାଉଳ କାଟି କେନ୍ଦ୍ର ଗରିବଙ୍କ ଭାତ ହାଣ୍ଡିରୁ ଚାଉଳ କାଡ଼ି ନେଇଛି । ଏବେ ମନରେଗାରେ କେନ୍ଦ୍ର ସରକାର ଶ୍ରମିକମାନଙ୍କ ରୋଜଗାର ବାଟ ବନ୍ଦ କରିଦେଇଛି । ଯାହାକୁ ନେଇ କେନ୍ଦ୍ର ବିରୋଧରେ ଉଠିଛି ଅସନ୍ତୋଷର ନିଆଁ। ବିଧାନସଭାର ବଜେଟ ଅଧିବେଶନରେ ଏହି ପ୍ରସଙ୍ଗକୁ ଗୃହରେ ଉଠାଇ କେନ୍ଦ୍ରକୁ ଜବାବ ମଗାଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

ମନରେଗାରେ ବଜେଟରେ ଅର୍ଥ ହ୍ରାସ କରାଯିବା ପରେ ରାଜ୍ୟ ସରକାର କିପରି ନିଜସ୍ବ ଅର୍ଥରେ ଗରିବ ଲୋକମାନଙ୍କୁ କାମ ଯୋଗାଇ ଦେବ ସେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଶାସକ ଦଳ କହିଛି । କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଲଗାତର ଭାବେ ଓଡ଼ିଶା ପ୍ରତି ବୈମାତୃକ ମନଭାବ ଦେଖାଉଥିଲେ ମଧ୍ୟ ରାଜ୍ୟ ବିଜେପି ଲୋକଙ୍କ ସ୍ବାର୍ଥକୁ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିଛି । ବଜେଟରେ ମନରେଗା ଅର୍ଥ କାଟ ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ଏଯାଏ କେନ୍ଦ୍ର ସରକାରଙ୍କ ପାଖରେ ମନରେଗା ବାବଦରେ ୭୫୦କୋଟି ଅର୍ଥ ବାକି ପଡ଼ିଛି ।

Leave A Reply

Your email address will not be published.