ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ବିକ୍ରି ହେବ ୯୭୦ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ(ବିଏସଏନଏଲ୍‌) ଏବଂ ମହାନଗର ଟେଲିକମ ନିଗମ ଲିଃ(ଏମଟିଏନଏଲ୍‌) ଭଳି ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀର ଅଚଳ ସମ୍ପତ୍ତି ବିକ୍ରି କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ କମ୍ପାନୀର ୬ଟି ଅଚଳ ସମ୍ପତ୍ତି ବିକ୍ରି କରିବାକୁ ନିଲାମ ଆରମ୍ଭ ହୋଇଥିବା ନିବେଶ ଓ ସାର୍ବଜନିକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଦୀପମ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମ୍ପତ୍ତି ମୂଲ୍ୟ ପ୍ରାୟ ୯୭୦ କୋଟି ଟଙ୍କା ହେବ ବୋଲି ବିଭାଗୀୟ ସଚିବ ତୁହିନକାନ୍ତ ପାଣ୍ଡେ ଟ୍ବିଟ କରି କହିଛନ୍ତି। ଏଥିରେ ବିଏସଏନଏଲର ୬୬୦ କୋଟି ଟଙ୍କାର ସମ୍ପତ୍ତି ରହିଥିବା ବେଳେ ଏମଟିଏନଏଲର ୩୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

Leave A Reply

Your email address will not be published.