ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତିକୁ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ମତଭେଦ ଚାଲିଥିବାବେଳେ କେନ୍ଦ୍ର ସରକାର ପାଞ୍ଚଜଣ ନୂଆ ବିଚାରପତି ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଥିବା ୫ ଜଣ ନୂଆ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି), ଜଷ୍ଟିସ ସଞ୍ଜୟ କାରୋଲ (ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି), ଜଷ୍ଟିସ ପି.ଭି ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି), ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ଏବଂ ଜଷ୍ଟିସ ମନୋଜ ମିଶ୍ର (ଆହ୍ଲାବାଦ ହାଇକୋର୍ଟର ବିଚାରପତି) ଅଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ୍ ଗତ ଡିସେମ୍ବର ୧୩ରେ ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିଶ କରିଥିଲେ ।

ଏହି ପାଞ୍ଚ ଜଣ ବିଚାରପତିଙ୍କ ନାମ ଡିସେମ୍ବର ୧୩ରୁ ସରକାରଙ୍କ ପାଖରେ ବିଚାରାଧୀନ ଥିଲା। ଏହା ବ୍ୟତୀତ କଲେଜିୟମ୍ ମଧ୍ୟ ଗତ ସପ୍ତାହରେ ଆଉ ଦୁଇଟି ନାମ ସୁପାରିଶ କରିଛି । ନବନିଯୁକ୍ତ ସମସ୍ତ ବିଚାରପତି ସୋମବାର ଭାରତର ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଦ୍ୱାରା ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଏହି ନିଯୁକ୍ତି ସହିତ ସୁପ୍ରିମକୋର୍ଟରେ ଅନୁମୋଦିତ ୩୪ ଜଣ ବିଚାରପତି ପଦ ମଧ୍ୟରୁ ଏବେ ୩୨ଟି ପୂରଣ ହୋଇଯାଇଛି।

Leave A Reply

Your email address will not be published.