ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସିର ଡକ୍ୟୁମେଣ୍ଟାରୀ ଲିଙ୍କ୍ ହଟାଇବାକୁ ଟ୍ବିଟର, ୟୁଟ୍ୟୁବକୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ହଟାଇବାକୁ ଟ୍ବିଟର ଓ ୟୁଟ୍ୟୁବ୍କୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି ଭାରତ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୦୦୨ ମସିହା ଗୁଜରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ଭାରତରେ ହଇଚଇ ସୃଷ୍ଟି ହୋଇଛି। ବିବିସି ଡକ୍ୟୁମେଣ୍ଟାରୀର ଲିଙ୍କକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର।

ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ସେୟାର କରୁଥିବା ଟ୍ୱିଟ୍‌ ଗୁଡିକୁ ମଧ୍ୟ ବ୍ଲକ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଟ୍ବିଟରେ ବିବିସିର ଏହି ଡକ୍ୟୁମେଣ୍ଟାରୀର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରାଯାଇଛି ତାହା ମଧ୍ୟ ହଟାଇବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ଏହାଛଡ଼ା ୟୁଟ୍ୟୁବରେ ସେୟାର ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀର ପ୍ରଥମ ଭାଗର ସମସ୍ତ ଭିଡିଓକୁ ମଧ୍ୟ ହଟାଇବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ବିବିସି ଡକ୍ୟୁମେଣ୍ଟାରୀ “ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚିନ୍” ର ୟୁଟ୍ୟୁବ୍ ଭିଡିଓଗୁଡିକର ଲିଙ୍କ୍ ଥିବା ୫୦ରୁ ଅଧିକ ଟ୍ୱିଟକୁ ବ୍ଲକ୍ କରାଯିବ । ଆଇଟି ନିୟମ, ୨୦୨୧ ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଏହି ନିର୍ଦ୍ଦେଶନାମା ଜାରି କରିଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଉଭୟ ୟୁଟ୍ୟୁବ୍ ଏବଂ ଟ୍ୱିଟର ନିଜ ପ୍ଲାଟଫର୍ମରୁ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ସମ୍ବନ୍ଧୀୟ ସବୁ ଲିଙ୍କ୍ ଓ ଭିଡ଼ିଓ ହଟାଇଛନ୍ତି ।

ଏହି ଡକ୍ୟୁମେଣ୍ଟାରୀ ବ୍ରିଟେନର ପବ୍ଲିକ ବ୍ରଡକାଷ୍ଟର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତ ସରକାର ଏହାକୁ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଉପନିବେଶିକ ମନୋଭାବର ପ୍ରତିଫଳନ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ବିବିସି ଏହାକୁ ଭାରତରେ ଉପଲବ୍ଧ କରାଇ ନାହିଁ। କିଛି ୟୁଟ୍ୟୁବ୍ ଚ୍ୟାନେଲ୍ ଏହାକୁ ଅପଲୋଡ୍ କରିଥିଲେ। ଏହା ଏକ ଭାରତ ବିରୋଧୀ ପ୍ରୋପାଗାଣ୍ଡା ବୋଲି ମନ୍ତ୍ରଣାଳୟ କହିଛି ।

Leave A Reply

Your email address will not be published.