ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିକାଶମୂଳକ କାର୍ଯ୍ୟରେ ବାଧକ ସାଜୁଛି କେନ୍ଦ୍ର : କାଶୀ-ବିଶ୍ୱନାଥ ପାଇଁ ଗୋଟିଏ ମାପକାଠି, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପାଇଁ କାହିଁକି ଅଲଗା

ଭୁବନେଶ୍ୱର: କେନ୍ଦ୍ରର ଡବଲ ଷ୍ଟାଣ୍ଡାର୍ଡ ପଲିସି । କାଶୀ ବିଶ୍ୱନାଥ, ସୋମନାଥ ପାଇଁ ଦରଦ ହେଲେ ଓଡ଼ିଶା ପାଇଁ କଠୋର । ପୁରୀ ପରେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଜାଣିଶୁଣି କେନ୍ଦ୍ର ବିକାଶମୂଳକ କାର୍ଯ୍ୟରେ ବାଧକ ସାଜୁଥିବା ଅଭିଯୋଗ କରିଛି ରାଜ୍ୟ । କାଶୀ ବିଶ୍ୱନାଥ, ସୋମନାଥ ଓ କେଦାରନାଥ କ୍ଷେତ୍ରରେ ଗୋଟିଏ ନିୟମ ଲାଗୁ କରାଯାଉଥିବା ବେଳେ ଲିଙ୍ଗରାଜ ଓ ପୁରୀ ପାଇଁ କାହିକିଁ ଆଉ ଗୋଟିଏ ନିୟମ କରାଯାଇଛି ବୋଲି ଶାସକ ଦଳ ପ୍ରଶ୍ନ କରିଛି । କେନ୍ଦ୍ରର ଭୂମିକାକୁ ନେଇ ମଧ୍ୟ ବର୍ଷିଛି କଂଗ୍ରେସ । ଅଧ୍ୟାଦେଶକୁ ନେଇ ଦୁଇ ଦୁଇ ଥର ସ୍ପଷ୍ଟୀକରଣ ଦେଇଛି ରାଜ୍ୟ । ଏହାପରେ ରାଜ୍ୟ ସରକାରଙ୍କୁ ନ ପଚାରି କାହିକିଁ ରାଜ୍ୟପାଳ ଜରିଆରେ କେନ୍ଦ୍ର ସ୍ପଷ୍ଟୀକରଣ ମାଗିଲା ତାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି କଂଗ୍ରେସ ଓ ବିଜେଡି ।

କାଶୀ ବିଶ୍ୱନାଥ, ସୋମନାଥ ପାଇଁ ହଁ । ପୁରୀ ଓ ଲିଙ୍ଗରାଜ ପାଇଁ ନା । ତେଜିଲା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲିଙ୍ଗରାଜ ଅଧ୍ୟାଦେଶ ବିବାଦ । ପ୍ରଶ୍ନ ଘେରରେ କେନ୍ଦ୍ରର ମାପକାଠି । ରାଜ୍ୟପାଳଙ୍କ ଜିରଆରେ ସ୍ପଷ୍ଟୀକରଣ ତଲବକୁ ନେଇ ବର୍ଷିଲେ ବିଜେଡି ଓ କଂଗ୍ରେସ । ପ୍ରଥମେ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ନିର୍ମାଣ ଆଉ ଏବେ ଲିଙ୍ଗରାଜ କ୍ଷେତ୍ରର ବିକାଶ । ସବୁଥିରେ ବ୍ରେକ୍ ଲଗାଇବାକୁ ଚାହୁଁଛି କି କେନ୍ଦ୍ର ? ପ୍ରକଳ୍ପ ନେଇ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ଉଠିଛି ଏପରି ପ୍ରଶ୍ନ । କାଶୀ ବିଶ୍ୱନାଥ, ସୋମନାଥ ଓ କେଦାରନାଥଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୋଟିଏ ମାପକାଠି । ପୁରୀ, ଲିଙ୍ଗରାଜ କ୍ଷେତ୍ର ପାଇଁ ଆଉ ଗୋଟିଏ ମାପକାଠି । କେନ୍ଦ୍ରର ଏପରି ଦୋହରା ଆଭିମୁଖ୍ୟ ନେଇ ଉଠିଛି ପ୍ରତିବାଦର ସ୍ୱର ।

ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର କେତେକ ଆପତ୍ତି ଉଠାଇବା ପରେ ଆରମ୍ଭ ହୋଇଛି ବିବାଦ । ଆମସାର ଆଇନ ଅନ୍ୟ କ୍ଷେତ୍ରରେ ପାଳନ କରାଯାଉଛି ନା କେବଳ ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପ ପାଇଁ ଆସୁଛି ଏ ପ୍ରଶ୍ନ ଏବେ ଉଠିଛି । କେନ୍ଦ୍ର ପାଖରେ ଏକାମ୍ର କ୍ଷେତ୍ର ବିକାଶ ପାଇଁ କିଏ ଓ କାହିକିଁ ବାଧା ସୃଷ୍ଟି କରୁଛି ତାହା ବୁଝି ହେଉନଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଯେଉଁମାନେ ଏକ୍ରାମ ପ୍ରକଳ୍ପ ବନ୍ଦ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମହାଦେବ ସହିବେ ତ ବୋଲି ମନ୍ତ୍ରୀ କ୍ଷୋଭର ସହ କହିଛନ୍ତି ।

ଏକ୍ରାମ ପ୍ରକଳ୍ପ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଛି । ପ୍ରକଳ୍ପକୁ ନେଇ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଇ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ରାଜ୍ୟ ସରକାର । ଏହାପରେ ବି ଯଦି କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ନେଇ କିଛି ସ୍ପଷ୍ଟୀକରଣ ଆବଶ୍ୟକ ଥିଲା ତେବେ ରାଜ୍ୟ ସରକାରଙ୍କୁ ମାଗିଥିଲେ ଦିଆଯାଇଥାନ୍ତା ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ତେବେ କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ପ୍ରକଳ୍ପ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ ।

କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଛି । କେନ୍ଦ୍ର ସରକାର ଯାହା କଲେ ମଧ୍ୟ ଲିଙ୍ଗରାଜ ମନ୍ଦିର ବିକାଶ କାମକୁ ରୋକିପାରିବେ ନାହିଁ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ପକ୍ଷରୁ ସମସ୍ତ ନଥିପତ୍ର ଓ ସ୍ପଷ୍ଟୀକରଣ ରଖାଯିବ ପରେ ବ୍ୟାକଫୁଟରେ ଥିବା ବିଜେପି ଆଇନର ପାଠ ପଢ଼ାଇଛି । କେନ୍ଦ୍ରର ଏପରି ଆଭିମୁଖ୍ୟକୁ ନେଇ ଲିଙ୍ଗରାଜ ସେବାୟତମାନେ ମଧ୍ୟ କ୍ଷୁବ୍ଧ ।

ଏକ୍ରାମ ପ୍ରକଳ୍ପ ନେଇ କେନ୍ଦ୍ର ମାଗିଥିବା ସ୍ପଷ୍ଟୀକରଣକୁ ଆଇନ୍ ବିଭାଗ କେନ୍ଦ୍ରକୁ ପଠାଇଛି । ୨୦୨୦ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରିବା ପାଇଁ ଅଧ୍ୟାଦେଶ ଅଣାଯାଇ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ପଠାଯାଇଥିଲା । ଯେହେତୁ କେନ୍ଦ୍ରୀୟ ଆଇନ୍ କିଛି ପରିମାଣରେ ଏସବୁ ଅଞ୍ଚଳକୁ ନିୟନ୍ତ୍ରଣ କରୁଛି ସେଥିପାଇଁ କେନ୍ଦ୍ରକୁ ଅଧ୍ୟାଦେଶ ପଠାଯାଇଥିଲା । ଯାହାକୁ ନେଇ ଏବେ କେନ୍ଦ୍ର ଖେଳିଛି ନୂଆ ଚାଲ ।

Leave A Reply

Your email address will not be published.