ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହିନ୍ଦୁସ୍ତାନ ଜିଙ୍କ୍‌ର ସବୁ ଅଂଶଧନ ବିକି ଦେଲା କେନ୍ଦ୍ର

ନୂଆଦିଲ୍ଲୀ : ଏଲଆଇସି ପରେ କେନ୍ଦ୍ର ସରକାର ଏବେ ଆଉ ଏକ ସରକାରୀ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ହିନ୍ଦୁସ୍ତାନ ଜିଙ୍କ୍‌ରୁ ନିଜର ସମସ୍ତ ଅଂଶଧନ ବିକ୍ରି କରିବାକୁ ଇତି ମଧ୍ୟରେ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଆଜି ଷ୍ଟକ୍‌ ବଜାରରେ କମ୍ପାନୀର ସେୟାର ମୂଲ୍ୟ ରକେଟ ବେଗରେ ୬ ପ୍ରତିଶତ ବୃଦ୍ଧି ସହ ୩୧୫ ଟଙ୍କାରେ ପହଞ୍ଚିଛି। ଏହାସହ କମ୍ପାନୀର ବଜାର ପୁଞ୍ଜି ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ହୋଇଛି।

ଉଲ୍ଲେଖଯୋଗ୍ୟ ଯେ,  ହିନ୍ଦୁସ୍ତାନ ଜିଙ୍କ୍‌ରେ ସରକାରଙ୍କ ପ୍ରାୟ ୩୭,୦୦୦ କୋଟି ଟଙ୍କା ଅର୍ଥାତ ୨୯.୫୪ କୋଟିର ଅଂଶଧନ ରହିଛି। ଆଜିର ସ୍ଥିତିରେ ଏହି ଅଂଶଧନର ମୂଲ୍ୟ ୩୯,୩୮୫.୬୬ କୋଟି ଟଙ୍କା। ୨୦୦୨ରେ କେନ୍ଦ୍ର ସରକାର ହିନ୍ଦୁସ୍ତାନ ଜିଙ୍କ୍‌ରୁ ୨୬ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିଥିଲେ। ବେଦାନ୍ତ ଗ୍ରୁପ ଏହାକୁ କିଣିଥିଲା। ଏହାପରେ କମ୍ପାନୀ ନିଜର ଅଂଶଧନକୁ ୬୪.୯୨ ପ୍ରତିଶତ ଯାଏ ନେବାକୁ ସକ୍ଷମ ହୋଇଥିଲା। ଏବେ କମ୍ପାନୀ ଉପରେ ସରକାରଙ୍କ ମାଲିକାନା ନାହିଁ। ପବନ ହଂସ, ଶିପିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ମିଲିଟେଡର ବିକ୍ରିରେ ବିଳମ୍ୱ ଏବଂ ଏଲଆଇସିର ଖରାପ ଲିଷ୍ଟିଂ କାରଣରୁ ସରକାର ଅନ୍ୟ ବିକଳ୍ପ ଉପରେ ବିଚାର କରୁଛନ୍ତି।

Leave A Reply

Your email address will not be published.