ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ପାସ ହାର ରହିଛି ୯୯.୦୪ ପ୍ରତିଶତ । ଛାତ୍ରଛାତ୍ରୀମାନେ cbseresults.nic.in ଓ cbse.gov.iରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ ଯୋଗୁ ଇଣ୍ଟରନାଲ ଆସେସମେଣ୍ଟ ଭିତ୍ତିରେ ଚଳିତ ବର୍ଷ ମୂଲ୍ୟାୟନ କରାଯାଇଥିଲା। ଇଣ୍ଟରନାଲ ଆସେସମେଣ୍ଟ କ୍ଷେତ୍ରରେ ପ୍ରତ୍ୟେକ ବିଷୟ ସକାଶେ ୨୦ ଲେଖାଁଏ ମାର୍କ ଏବଂ ସମ୍ପନ୍ନ ହୋଇଥିବା ବିଭିନ୍ନ ଟେଷ୍ଟ ବା ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ଆଧାର କରି ୮୦ ମାର୍କର ମୂଲ୍ୟାୟନ କରାଯାଇଥିଲା। ପ୍ରି-ବୋର୍ଡ, ମିଡ-ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାରେ ପିଲା ରଖିଥିବା ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ କରିବା ଲାଗି ସ୍କୁଲଗୁଡିକୁ ସିବିଏସଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। କୋଭିଡ ନେଇ ପରୀକ୍ଷା ବାତିଲ ହୋଇଥିଲା।

Leave A Reply

Your email address will not be published.