ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ୍ । ଏହି ସମୟରେ ପୀଡିତା ଅଞ୍ଜନା ମିଶ୍ର ମଧ୍ୟ ଉପସ୍ଥିତ ରହିବେ। ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ,  ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ। ବିବନକୁ ୫ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ।

ସୂଚନା ଅନୁଯାୟୀ, ୧୯୯୯ ଜାନୁଆରୀ ୯ ତାରିଖରେ ବାରଙ୍ଗ ବେଲଗାଛିଆରେ ଅଞ୍ଜନା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଅପରାଧ ଘଟାଇବା ପରେ ବିବନ ଗାଏବ ହୋଇଯାଇଥିଲା । ଅପରାଧରେ ତାକୁ ସହଯୋଗ କରିଥିବା ଦୁଇ ଜଣ ପୁଲିସ ହାତର ଧରା ପଡ଼ିଥିଲେ । ଅପରାଧର ୨୨ ବର୍ଷ ପରେ ବିବନକୁ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରୁ କମିଶନରେଟ୍ ପୁଲିସ୍ ଅପରେସନ୍ ସାଇଲେଣ୍ଟ୍ ଭାଇପରରେ ବିବନକୁ ଧରିବାରେ ସକ୍ଷମ ହୋଇଥିଲା । ବର୍ତ୍ତମାନ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ଅଭିଯୁକ୍ତ ବିବନ ।

Leave A Reply

Your email address will not be published.