ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ଦିଦିଙ୍କ ଅଡୁଆ : ସିବିଆଇ ସ୍କାନରରେ ପୁତୁରା ଅଭିଷେକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଗଡରେ ଜଣେ ପରେ ଜଣେ ନେତା ଦଳ ବଦଳ ଜାରି ରଖିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ଏଥର କୌଣସି ନେତା ଦଳ ଛାଡି ନାହାନ୍ତି, ବରଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ ଧରାଇଛି ସିବିଆଇ ।

ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ସିବିଆଇ ସମନ ଜାରି କରିଛି । ସିବିଆଇର ଏକ ଟିମ କୋଇଲା ଦୁର୍ନୀତି ମାମଲାରେ ରବିବାର ଅଭିଷେକଙ୍କ ଘରେ ପହଞ୍ଚିଥିଲା । ତେବେ ପ୍ରଥମ ଥର ପାଇଁ ଏହି ମାମଲାରେ ଜେରା କରିବାକୁ ଟିଏମସି ସାଂସଦଙ୍କ ଘରକୁ ନୋଟିସ ପଠାଇଛି ସିବିଆଇ । ତେବେ ୨୪ ଘଣ୍ଟା ମଧ୍ୟରେ ଏହି ମାମଲାରେ ସିବିଆଇ ପକ୍ଷରୁ ପଚରାଉଚୁରା କରାଯିବ ।

ପୂର୍ବରୁ ମଧ୍ୟ ସିବିଆଇ ଅଭେଷକଙ୍କ ନିକଟତରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢାଉ କରିସାରିଛି । ୩୧ ଡିସେମ୍ବର ୨୦୨୦ରେ କୋଲକାତାରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢାଉ କରାଯାଇଥିଲା । ବିନୟ ମିଶ୍ର ଅଭିଷକଙ୍କ ବେଶ ନିକଟତର । ସିବିଆଇ ୨୦୨୦ ନଭେମ୍ବର ୨୮ରେ କୋଇଲା ଚୋରାଚାଲାଣ ମାମଲାକୁ ନେଇ ୩ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା । ପଶ୍ଚିମବଙ୍ଗର କୋଲକାତା ସହ ଆସନସୋଲ୍, ଦୁର୍ଗାପୁର ଓ ରାଣୀଗଞ୍ଜ ଆଦି ଅଞ୍ଚଳରେ ରେଡ୍ ହୋଇଥିଲା।

Leave A Reply

Your email address will not be published.