ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ‘ସିବିଆଇ’ ରେଡ୍, ଦିଲ୍ଲୀ –ଏନସିଆର ସହ ୨୦ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍। ଆଜି ସକାଳୁ ସିବିଆଇ ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଚଢ଼ାଉ କରି ତଲାସ ଆରମ୍ଭ କରିଛି। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଘଟଣାରେ ସିସୋଦିଆଙ୍କ ଘରେ ତଦନ୍ତକାରୀ ଟିମ୍ ଖାନ୍ତଲାସି କରୁଥିବା ଜଣାପଡିଛି। କିଛିଦିନ ତଳେ ଉପରାଜ୍ୟପାଳ ବିନୟ ସକସେନା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଅବକାରୀ ନୀତିର ଯାଞ୍ଚ ପାଇଁ ସୁପାରିଶ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ଉପରାଜ୍ୟପାଳ ଏହି ପ୍ରସଙ୍ଗ ଉଠାଇଥିଲେ । ଯେଉଁ ରିପୋର୍ଟରେ ମନୀଷଙ୍କ ଭୂମିକା ଉୁପରେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଥିଲା ।
ଅନ୍ୟପଟେ ବାସଭବନରେ ଚଢ଼ାଉ ଚାଲିଥିବା ସମ୍ବାଦ ପ୍ରସାରିତ ହେବା ପରେ ଟୁଇଟ୍ କରି ମନୀଷ ସିସୋଦିଆ ଲେଖିଛନ୍ତି, ‘ସିବିଆଇ’ ଆସିଛି। ଆମେ ସତ୍ୟନିଷ୍ଠ, ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ଗଠନ କରୁଛୁ। ଦୁଃଖର ବିଷୟ ଏ ଦେଶରେ ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ଏମିତି ହଇରାଣ କରାଯାଏ। ସେହି କାରଣରୁ ଆମ ଦେଶ ଏଯାବତ୍ ନମ୍ବର ୧ ହୋଇ ପାରିନାହିଁ।
ଆମେ ‘ସିବିଆଇ’କୁ ସ୍ବାଗତ କରୁଛୁ। ତଦନ୍ତରେ ଆମେ ‘ସିବିଆଇ’କୁ ପୂର୍ଣ୍ଣ ସହଯୋଗ କଲେ ପ୍ରକୃତ କଥା ଜଣାପଡ଼ିଯିବ। ଏପର୍ଯ୍ୟନ୍ତ ମୋ ନାଁରେ ଅନେକ ମାମଲା ରୁଜୁ ହୋଇଛି, ଅଥଚ କିଛି ଲାଭ ହୋଇନାହିଁ। ଆଜି ମଧ୍ୟ ସେମାନେ ମୋ ବିରୋଧରେ କୌଣସି ଆପତ୍ତିଜନକ ସାମଗ୍ରୀ ପାଇବେ ନାହିଁ। ଦେଶରେ ଉତ୍ତମ ଶିକ୍ଷା କ୍ଷେତ୍ରରେ ମୋ କାର୍ଯ୍ୟକୁ ସେମାନେ ବାଧା ଦେଇ ପାରିବେ ନାହିଁ।
ସେ ଆହୁରି କହିଛନ୍ତି ଯେ, ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ସତ ବହୁତ ଶୀଘ୍ର ସାମ୍ନାକୁ ଆସିବ । ଦେଶରେ ଭଲ ଶିକ୍ଷା ପାଇଁ ତାଙ୍କ କାମ ଅଟକିବ ନାହିଁ ବୋଲି ସେ କହିଛନ୍ତି । କିଛି ଲୋକେ ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଖୁସି ନାହାଁନ୍ତି । ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ମିଛ ଅଭିଯୋଗ ଲାଗିଛି । କୋର୍ଟରେ ସତ ସାମ୍ନାକୁ ଆସିବ ।
दिल्ली के शिक्षा और स्वास्थ्य मॉडल की पूरी दुनिया चर्चा कर रही है।इसे ये रोकना चाहते हैं।इसीलिए दिल्ली के स्वास्थ्य और शिक्षा मंत्रियो पर रेड और गिरफ़्तारी
75 सालों में जिसने भी अच्छे काम की कोशिश की,उसे रोका गया।इसीलिए भारत पीछे रह गया
दिल्ली के अच्छे कामों को रुकने नहीं देंगे
— Arvind Kejriwal (@ArvindKejriwal) August 19, 2022
ଅନ୍ୟପଟେ ସିସୋଦିଆଙ୍କ ଘରେ ସିବିଆଇ ଟିମ୍ କୁ ନେଇ ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସେ କହିଛନ୍ତି ଯେ, ପୂର୍ବରୁ ବି ଅନେକ ଚଢଉ ହୋଇଛି । କିଛି ମିଳିନି । ଯେଉଁଦିନ ଆମେରିକା ଖବରକାଗଜର ପ୍ରଥମ ପେଜରେ ଦିଲ୍ଲୀ ଶିକ୍ଷାବ୍ୟବସ୍ଥା ଉପରେ ଖବର ଆସିଲା ସେଦିନ ହିଁ ସିବିଆଇ ଚଢଉ କରିଛି ବୋଲି ସେ କହିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆହୁରି ମୟ କହିଛନ୍ତି ‘ସିବିଆଇ’କୁ ସ୍ବାଗତ। ଆମେ ପୂର୍ଣ୍ଣସହଯୋଗ କରିବୁ। ପୂର୍ବରୁ ମଧ୍ୟ ଖାନତଲାସ୍/ଚଢ଼ାଉ କରାଯାଇଛି, କିନ୍ତୁ କିଛି ମିଳିନାହିଁ। ଏଥର ବି କିଛି ମିଳିବ ନାହିଁ।