ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଡା ଜାହାଜର ଗୋପନୀୟ ତଥ୍ୟ ଲିକ୍ ମାମଲାରେ ତିନି ନୌସେନା ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ମୁମ୍ବାଇ: ଏକ ବୁଡା ଜାହାଜର ଆଧୁନିକୀକରଣ ସମ୍ପର୍କିତ ଗୋପନୀୟ ତଥ୍ୟ ଲିକ୍ ଘଟଣାରେ ସିବିଆଇ ଭାରତୀୟ ନୌସେନାର ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ସହ ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ଗିରଫ କରିଛି। ସୂତ୍ରରୁ ପ୍ରକାଶ ଯେ ଗତ ମାସରେ ଘଟିଥିବା ଏହି ଘଟଣା ପରେ ଭାରତୀୟ ନୌସେନା ଉପ-ଆଡମିରାଲ ଏବଂ ରିଅର ଆଡମିରାଲଙ୍କ ଦ୍ବାରା ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ଗିରଫ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ଅନ୍ୟାନ୍ୟ ସେବା ଅଧିକାରୀଙ୍କୁ ସିବିଆଇ ପଚରାଉଚରା କରୁଛି। ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଚାଲିଥିବା ଅନୁସନ୍ଧାନରେ ଭାରତୀୟ ନୌସେନା ସହାୟତା କରୁଛି । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଜେନ୍ସି ସମେତ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଅନୁସନ୍ଧାନର ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ନୌସେନାରେ କାମ କରୁଥିବା ଅଧିକାରୀ ଜଣଙ୍କ ସବୁ ଗୁପ୍ତ ତଥ୍ୟକୁ ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦେଉଥିଲେ। ଏହାପରେ ଏହାକୁ ଶତ୍ରୁଙ୍କ ପକ୍ଷଙ୍କୁ ସେମାନେ ଦେଉଥିଲେ। ପ୍ରଥମେ ଗୁଇନ୍ଦା ବିଭାଗ ଏ ସମ୍ପର୍କରେ ସୂଚନା ପାଇଥିଲା। କିଛି ଦିନ ଧରି ଅବସରପ୍ରାପ୍ତ କର୍ମଚାରୀଙ୍କ ଉପରେ ନଜର ରଖିବା ପରେ ଗୁଇନ୍ଦା ବିଭାଗ ଦେଶ ସହ ଚାଲିଥିବା ଷଡ଼ଯନ୍ତ୍ର ବିଷୟରେ ଜାଣିବାକୁ ପାଇଥିଲା। ଏହାପରେ ସିବିଆଇ ଉକ୍ତ ତଥ୍ୟକୁ ଆଧାର କରି ୩ ଜଣଙ୍କୁ ଗିରଫ କରିଛି। ଗିରଫ କାର୍ୟ୍ୟରତ ଅଧିକାରୀ ଜଣଙ୍କ ନୌସେନାର ମୁମ୍ବାଇ ଡିପୋରେ ପୋଷ୍ଟିଂ ହୋଇଥିଲେ। ତାଙ୍କୁ ସେହି ସ୍ଥାନରୁ ଗିରଫ କରାଯାଇଛି। ତେବେ ତଥ୍ୟର ଲିକ୍‌ ଦିଲ୍ଲୀରୁ କରାଯାଇଛି।

 

Leave A Reply

Your email address will not be published.